ବିଜେଡ଼ିର ଦୀର୍ଘ ବର୍ଷର ଅରାଜକତା ଶାସନରେ ଅତିଷ୍ଠ ରାଜ୍ୟବାସୀ ଚାହୁଁଛନ୍ତି ପରିବର୍ତ୍ତନ ; ଜୁଏଲ ଓରାମ
1 min read
ଆଓରି-ଭୁବନେଶ୍ଵର(୨୩/୦୨) : ବିଜେଡ଼ିର ଦୀର୍ଘ ବର୍ଷର ଅରାଜକତା ଓ ଦୁର୍ନୀତିରେ ରାଜ୍ୟବାସୀ ଅତିଷ୍ଠ ଏବଂ ସେମାନେ ଏବେ ପରିବର୍ତ୍ତନ ପାଇଁ ଆଶାବାଦୀ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାରାଗାଁ ଠାରେ ଅଟଳ ସମାବେଶରେ ଯୋଗଦେଇ ଶ୍ରୀ ଜୁଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୁଖୀ କାର୍ଯ୍ୟରେ ପ୍ରଭାବିତ ଜନସାଧାରଣ ଆଗାମୀ ଦିନରେ ରାଜ୍ୟରେ ବିଜେପି ନେତୃତ୍ଵାଧୀନ ସରକାର ଶାସନକୁ ପ୍ରତ୍ୟାବର୍ତ୍ତନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାର ରାଜ୍ୟ ଜନଜାତିଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର ଏହାର ଉଚିତ ବିନିଯୋଗ ନକରି ଅଯଥା ଦୋଷାରୋପ କରୁଛନ୍ତି ବୋଲି ଶ୍ରୀ ଓରାମ ବ୍ୟକ୍ତ କରିଛନ୍ତି । ସମାବେଶରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପିଙ୍କି ପ୍ରଧାନ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ରଙ୍କ ସମେତ ବିଜେପିର ତୁଙ୍ଗ ନେତୃବୃନ୍ଦ ଯୋଗ ଦେଇଥିଲେ ।