ରାଷ୍ଟ୍ରୀୟ କୌଶଳ ବିକାଶ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଓଡିଶା ପ୍ରତିଯୋଗୀ ବିଜେତା
1 min read
ଆଓରି-ଭୁବନେଶ୍ଵର(୧୮/୭) : କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଜାତୀୟ କୌଶଳ ବିକାଶ ନିଗମ(ଏନ୍ଏସ୍ଡିସି)ର ମିଳିତ ଆୟୋଜନରେ ଅନୁଷ୍ଠିତ ତିନିିଦିନିଆ ଇଣ୍ଡିଆ ସ୍କିଲ୍ ରିଜିଓନାଲ୍ କମ୍ପିଟିଶନ(ଇଷ୍ଟ)୨୦୧୮ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ୨୭ଟି କ୍ଷେତ୍ରରେ ୨୫୦ ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ୧୨ଟି କ୍ଷେତ୍ରରେ ଓଡିଶାର ପ୍ରତିଯୋଗୀ ବିଜେତା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଗତ ୧୫ତାରିଖ ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ| ସେହିପରି ୧୧ ଟି କ୍ଷେତ୍ରରେ ମଧ୍ୟ ଓଡିଶାର ପ୍ରତିଯୋଗୀ ରନର୍ସ ଅପ ହୋଇଛନ୍ତି। ଏହି ଅବସରରେ ଓଡିଶାର ରାଜ୍ୟପାଳ ଗଣେଶି ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ପ୍ରତିଯୋଗୀଙ୍କୁ ଉତ୍ସାହିତ କରି ରାଜ୍ୟପାଳ କହିଛନ୍ତି, ଓଡିଶାର ପ୍ରତିଯୋଗୀଙ୍କ ଉଦ୍ୟମ ଓ କୌଶଳରୁ ଏହା ନିଶ୍ଚିତ ସ୍ବୀକାରଯୋଗ୍ୟ ଯେ, ଏହା କେବଳ ପ୍ରକୃତି, ସ୍ଥାପତ୍ୟ ଓ ସଂସ୍କୃତିର ରାଜ୍ୟ ନୁହେଁ ଏହା କଳା କୁଶଳର ମଧ୍ୟ ଏକ ଅଗ୍ରଣୀ ରାଜ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ସାକାର କରାଇବାରେ ଏହି ପ୍ରତିଯୋଗୀ ନିଶ୍ଚିତ ସଫଳ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ତିନିଦିନବ୍ୟାପୀ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡିଶାର ଜେନୋଫୋନ୍ ଦାସ, ହେମନ୍ତ ଟୁଡୁ, ସୌମ୍ୟ ରଞ୍ଜନ ଦାସ, ରମେଶ ଚନ୍ଦ୍ର ଗୋପ, ଶଶାଙ୍କ ରାଜ, ଚକ୍ରଧନ ସାହୁ, ଶୁଭଲକ୍ଷ୍ମୀ ସୁବୁଧୀ, ସଦାଶିବ ସାହୁ, ବିବେକାନନ୍ଦ ପରିଡ଼ା, ଅନୁପ କୁମାର ଭର୍ତ୍ତିଆ, ଆଦିତ୍ୟ ନାରାୟଣ ସାହୁ ଏବଂ ଶୁୁଭଙ୍କର ଦାସ ବିଜେତା ହୋଇଛନ୍ତି। ସେହିପରି ଜେ.ଆର୍. ମୁଦୁଲି, ଅବିନାଶ ସ୍ବାଇଁ, ପ୍ରଦୀପ୍ତ ପ୍ରଧାନ, ଲୋଚନ କୁମାର ମାଥୋ, ଏ.କେ. ସେନାପତି, ପି. ଜଗଦୀଶ ରାଓ, କୌଶିକ ଓଝା, ସଞ୍ଜୟ କୁମାର ପ୍ରଧାନ, ରିମା ମୁଦି, ସୁଧାଂଶୁ ଶେଖର ସାହୁ ଓ ସୁମିତ କୁମାର ସାହୁ ରନର୍ସ ଅପ୍ ହୋଇଛନ୍ତି। ଏମାନେ ଅକ୍ଟୋବର ୨ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପ୍ରକାଶ କରିଛନ୍ତି। ଉଦ୍ଯାପନୀ ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୁଗ୍ମ ସଚିବ ରାଜେଶ ଅଗ୍ରଓ୍ବାଲ, ବିହାରର ଦକ୍ଷତା ବିକାଶ ବିଭାଗ ସଚିବ ଦୀପକ କୁମାର ସିଂ ଏବଂ ଏନ୍ଏସ୍ଡିସି ଏମ୍ଡି ମନୀଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀ ପ୍ରଧାନ କହିଥିଲେଯେ ଫେସବୁକର ଏହି ମଞ୍ଚ ଦ୍ଵାରା ଆମର ଯୁବକ ମାନେ ଶଶକ୍ତ ଏବଂ ରୋଜଗାରକ୍ଷମ ହୋଇପାରିବେ |ଦେଶର ସମସ୍ତ ଆଇଟିଆଇଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଯୋଗାଇବା ପାଇଁ ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ସମସ୍ତ ପ୍ରକାର ଉନ୍ନତ ମାନର କୌଶଳ ଯୋଗାଇ ଦେବ ବୋଲି ଏହି କାର୍ଯ୍ୟକ୍ରମରେ ଚୁକ୍ତି କରଯାଇଥିଲା | ଫେସବୁକ ଏବଂ ଏନଏସଡ଼ିଜି ମଧ୍ୟରେ ଏକ ଭାଗୀଦାରୀ ରାଜିନାମା କରଯାଇଥିଲା
ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଅଭିଯାନରେ ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍ଏମ୍ସିଜି କମ୍ପାନୀ ଆମ୍ୱେ ଇଣ୍ଡିଆ ସକ୍ରିୟ ଅଛି | ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ପଦକ୍ଷେପ ଅଧିନରେ ଆମ୍ୱେ ତାର କାର୍ଯ୍ୟକ୍ରମକୁ ଜାରି ରଖିବ। ଭାରତ ସରକାରଙ୍କ ପ୍ରାଧୀକୃତ ସଂସ୍ଥା ଯଥା ଆରଏଏସ୍ସିଆଇର ନ୍ୟାଶ୍ନାଲ୍ ସ୍କିଲ୍ କ୍ୱାଲିଫିକେସନ ଫ୍ରେମ୍ୱାର୍କ (ଏନ୍ଏସ୍କ୍ୟୁଏଫ୍) ଅଧିନରେ ଡାଇରେକ୍ଟ ସେଲରମାନଙ୍କ ଦକ୍ଷତା ବିକାଶ କରିବା ଆମ୍ୱେର ଲକ୍ଷ୍ୟ।