ପାକିସ୍ତାନର ୟୁଏଭି ଡ୍ରୋନ୍ କୁ ଗୁଳି କରି ଖସାଇଲା ଭାରତୀୟ ସେନା
1 min read
ଆଓରି-ନୂଆଦିଲ୍ଲୀ(୨୬/୦୨) : ଖସିଲା ଭାରତୀୟ ସୀମାରେ ଉଡୁଥିବା ଡ୍ରୋନ ବିମାନ । ଆଜି ସକାଳେ ଗୁଜୁରାଟର କଚ୍ଛ ଜିଲ୍ଲାରେ ପାକିସ୍ତାନର ଏକ ମାନବ ରହିତ ଉଡାଜାହଜ (ୟୁଏଭି ଡ୍ରୋନ୍)କୁ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଗୁଳିକରି ଖସାଇ ଦିଆଯାଇଥିବା ଜଣାଯାଇଛି। ପାକିସ୍ତାନ ଉପରେ ଆକ୍ରମଣର କିଛି ସମୟ ପରେ ଏହି ଡ୍ରୋନ ବିମାନ ଉଡି ବୁଲିଥିଲା ।
ଏହି ମାନବରହିତ ଉଡାଜାହଜ (ୟୁଏଭି)କୁ କଚ୍ଛ ଜିଲ୍ଲାର ଅବଦସା ତହସିଲ ଅନ୍ତର୍ଗତ ନାଂଗଟାଟାଡ ପାଖରେ ଦେଖିବାକୁ ମିଳିଥିଲା। ପ୍ରଥମେ ସକାଳ ପ୍ରାୟ ଛଅଟା ସମୟରେ ସେହି ଅଞ୍ଚଳର ଗ୍ରାମବାସୀ ଏ ସଂପର୍କରେ ଜାଣିବାକୁ ପାଇଥିଲେ। ତା’ପରେ ପାକିସ୍ତାନର ଏହି ମାନବରହିତ ଉଡାଜାହଜ (ୟୁଏଭି)କୁ ଭାରତୀୟ ସଶସ୍ତ୍ର ବାହିନୀ ଗୁଳି କରିଥିଲେ।