ଇମ୍ରାନଙ୍କ ଦୋମୁହାଁ ନୀତି ; ହାଫିଜ ସୟିଦକୁ ମୁକ୍ତ କଲା ପାକିସ୍ତାନ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୮) : କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଗିରଫଦାରି ନାଟକ ପୁଣି ଥରେ ପଦାରେ ପଡ଼ିଛି। ଆତଙ୍କବାଦକୁ ବିରୋଧ କରୁଥିବା ଦର୍ଶାଇ ପାକିସ୍ତାନ ହାଫିଜକୁ ଗିରଫ କରିଥିଲା। କିନ୍ତୁ ଏହା ଲୋକଦେଖାଣିଆ ବୋଲି କାହାକୁ ଅଛପା ନ ଥିଲା, ଯେଉଁଥିପାଇଁ ପୁଣି ଥରେ ପାକିସ୍ତାନ ହାଫିଜକୁ ମୁକ୍ତ କରିଦେଇଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହାଫିଜକୁ ଗିରଫ କରାଯାଇଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ସାରା ବିଶ୍ଵ ନିକଟରେ ଦାବି କରିଥିଲେ। କିନ୍ତୁ ଏବେ ହାଫିଜକୁ ଜେଲରୁ ମୁକ୍ତ କରି ଇମ୍ରାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ହବା ସହିତ ତାଙ୍କର ଦୋମୁହାଁ ନୀତି ପଦାରେ ପଡ଼ିଛି। କାଶ୍ମୀର ପ୍ରସଙ୍ଗରେ ଭାରତ କଡ଼ା ପଦକ୍ଷେପ ନେଇଥିବାରୁ ଏଥିରେ ବିଚଳିତ ହୋଇ ଇମ୍ରାନ ହାଫିଜକୁ ମୁକ୍ତ କରିଥିବା ଜଣାପଡ଼ିଛି।