March 30, 2023

ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସେମି ଫାଇନାଲରେ ସିନ୍ଧୁ

1 min read

ଆଓରି-ନୂଆଦିଲ୍ଲୀ(୧୯/୦୭) : ଜାକାର୍ତ୍ତରେ ଚାଲିଥିବା ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ତାରକା ପି.ଭି. ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଟୁର୍ନାମେଣ୍ଟରେ ପଞ୍ଚମ ସିଡ ମାନ୍ୟତା ପାଇଥିବା ଅଲିମ୍ପିକ୍ସ ରୌପ୍ୟପଦକ ବିଜୟିନୀ ସିନ୍ଧୁ ୨୧-୧୪, ୨୧-୭ରେ ତୃତୀୟ ସିଡ ଓକୁହାରାଙ୍କୁ ମାତ୍ର ୪୪ ମିନିଟରେ ପରାସ୍ତ କରିଛନ୍ତି। ସେମିରେ ସିନ୍ଧୁ ଦ୍ୱିତୀୟ ସିଡ ଚାଇନାର ଚେନ୍‌ ୟୁ ଫେଇଙ୍କୁ ଭେଟିବେ। ବିଶ୍ୱଚାମ୍ପିୟନଶିପ୍‌ରେ ଏକାଧିକ ପଦକ ହାସଲ କରିଥିବା ସିନ୍ଧୁ ମ୍ୟାଚର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରି ଖେଳିଥିଲେ। ପ୍ରଥମ ଗେମ୍‌ରେ ସଂଘର୍ଷ ଦେଖିବାକୁ ମଳିଥିଲା। ତେବେ ଦ୍ୱିତୀୟ ଗେମ୍‌ରେ ଏକ ତରଫା ଭାବେ ସିନ୍ଧୁ ବିଜୟୀ ହୋଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.