୧୩ଟି ଦେଶରେ ସମ୍ପତ୍ତି କିଣି ରଖିଛନ୍ତି ପି. ଚିଦାମ୍ବରମ
1 min read
ଆଓରି-ନୂଆଦିଲ୍ଲୀ(୨୭/୦୮) : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଇଡି ଜେରା କରୁଛି । ଚିଦାମ୍ବରମ୍ଙ୍କ ବେନାମୀ ସମ୍ପତ୍ତି ଏବଂ ବ୍ୟାଙ୍କ୍ ଖାତାକୁ ନେଇ ପଚାରାଉଚରା କରିବାକୁ ଚାହୁଁଛି ଇଡି । ଏନେଇ ସୋମବାରରେ ଇଡି ଏକ ଆଫିଡେଭିଟ୍ ଉଚ୍ଚତମ ନ୍ୟାୟଳୟରେ ଆଗତ କରିଥିଲା । ଯେଉଁଥିଲେ ବୈଦେଶିକ ସମ୍ପତ୍ତି ବିଷୟରେ ଖୁଲାସା କରିଛି । ଇଡି ଦାବି କରିଛି କି, ଚିଦାମ୍ବରମ ସାଥୀ ଅଭିଯୁକ୍ତଙ୍କ ସହ ୧୩ଟି ଦେଶରେ ସମ୍ପତ୍ତି କିଣି ରଖିଛନ୍ତି । ଏହି କିଣାବିକାର ଯାଞ୍ଚ କରିବା ପାଇଁ କଷ୍ଟଡି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଇଡି ଚିଦାମ୍ବରମ୍ଙ୍କ ରିମାଣ୍ଡ ମାଗିଛି ।
ଦାୟର କରିଥିବା ଦଲିଲରେ ଇଡି କହିଛି ଯେ, ବହୁ ଦେଶରେ ଚିଦାମ୍ବରମଙ୍କ ବ୍ୟାଙ୍କ ଖାତା ରହିଛି । ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ବ୍ରିଟିଶ ବର୍ଜିନ ଆଇସଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ୍, ମଲେଶିୟା, ମୋନାକୋ, ଫିଲିପାଇନ୍ସ, ସିଙ୍ଗାପୁର, ସାଉଥ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କାରେ ଚିଦାମ୍ବରମ ଏବଂ ତାଙ୍କ ସାଥୀ ଅଭିଯୁକ୍ତମାନେ ବ୍ୟାଙ୍କ ଖାତା ଖୋଲିଛନ୍ତି । ସେଲ କମ୍ପାନୀ ଜରିଆରେ ଏହି ବ୍ୟାଙ୍କ ଖାତା ଗୁଡିକରେ ଦେଣନେଣ କାମ କରାଯାଉଥିଲା ବୋଲି ଇଡି ଦାବି କରିଛି ।