ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
1 min read
ଆଓରି-ଭୁବନେଶ୍ଵର(୦୩/୦୫) : ନବରଙ୍ଗପୁର ବିଜିରାଗୁଡା ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବାଇକରେ ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଗଛକୁ ପିଟି ଦେଇବାରୁ ଏହି ଦୁଘଟଣା ଘଟିଛି। ବାଇକରେ ଯାଉଥିବା ସଞ୍ଜୟ ବିଷୋୟୀ ଓ ବସନ୍ତ ବିଷୋୟୀ କୁର୍ଲୁଘାଟି ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଗୁରୁତର ଆହତ ଦୁଇଜଣଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନାରେ ସଞ୍ଜୟର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ବସନ୍ତ ଚିକିତ୍ସାଧିନ ରହିଛନ୍ତି। ଦୁହିଁଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକ ବାରଙ୍ଗପଦର ଗାଁ ବୋଲି ସୂଚନା ମିଳିଛି। ପୁଲିସ ପହଞ୍ଚି ତଦନ୍ତ କରିଛି।