March 26, 2023

ଇଣ୍ଟରନେଟ୍‌ ନଥିଲେ ମଧ୍ୟ ପୁରୀରେ ଅଫ୍‌ଲାଇନ୍‌ ବ୍ୟାଙ୍କିଂ କାମ ଆରମ୍ଭ ହେବ: ଆଦିତ୍ୟ ପ୍ରସାଦ ପାଢୀ

1 min read

ଆଓରି-ଭୁବନେଶ୍ଵର(୧୩/୦୫) : ୧୦ଦିନରୁ ଅଧିକ ବିତିଗଲାଣି ବାତ୍ୟା ଫୋନି । ହେଲେ ଏବେ ବି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱଭାବିକ ସ୍ଥିତି ହୋଇପାରି ନାହିଁ । ତେବେ ବାତ୍ୟା ପରିସ୍ଥିତି ସମୀକ୍ଷା କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିଛନ୍ତି । ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ ପାଢିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଟେଲିକମ ଓ ଶକ୍ତି ବିଭାଗ ସଚିବ ।

ଟେଲିକମ ବିଭାଗର ଅତିରିକ୍ତ ସଚିବ ଅଂଶୁ ପ୍ରକାଶଙ୍କ ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ୮୦ ପ୍ରତିଶତ କାମ ସରିଛି, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରକୁ ଛାଡ଼ି ଅନ୍ୟ ସ୍ଥାନରେ ୮୦% କାମ ସରିଛି । ଏହା ମଧ୍ୟରେ ପ୍ରାୟ ୨ କୋଟି ଏସ୍‌ଏମ୍‌ଏସ୍‌ ଆଦାନ ପ୍ରଦାନ ହୋଇଥିବା ସେ କହିଛନ୍ତି । ୧୦ ଲକ୍ଷ ମାଗଣା ଅନ୍ତଃ ସର୍କଲ ରୋମିଙ୍ଗ କଲ୍‌ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ଏହା ସହ ପୁରୀ ଓ ଖୋର୍ଦ୍ଧାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ଲ୍ୟାଣ୍ଡଲାଇନ୍‌ ବ୍ୟବସ୍ଥା ସ୍ୱାଭାବିକ ରହିଛି ।

ତେବେ ବୈଠକ ଶେଷ ହେବା ପରେ କେନ୍ଦ୍ର ଶକ୍ତି ସଚିବ ଅଜୟ ଭଲାଙ୍କ ସୂଚନା ଅନୁଯାୟୀ ପୁନରୁଦ୍ଧାର କାର୍ଯ୍ୟ କେବେ ଶେଷ ହେବ ତାର ସମୟ ସୀମା ଆକଳନ କରିବା କଷ୍ଟକର । ତଥାପି ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାଙ୍କ, ଟେଲିକମ୍‌ ଓ ବିଦ୍ୟୁତ ସମସ୍ୟାର ସମାଧାନ ଦିଗରେ କାମ ଚାଲୁ ରହିଛି ।

ଅନ୍ୟପଟେ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ ଟେଲିକମ୍‌ ବ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଆଜିଠାରୁ ପୁରୀରେ ସମ୍ପୂର୍ଣ୍ଣ ବ୍ୟାଙ୍କ ସେବା ଆରମ୍ଭ ହେବ । ଇଣ୍ଟରନେଟ୍‌ ନଥିଲେ ମଧ୍ୟ ଅଫ୍‌ଲାଇନରେ ବ୍ୟାଙ୍କିଂ କାମ କରାଯିବ ବୋଲି ସେ କହିଛନ୍ତି । ଏହା ସହ ପୁରୀ ଗ୍ରାମ୍ୟ ବ୍ୟାଙ୍କ ପାଇଁ କେନ୍ଦ୍ରଠାରୁ ସେ ସ୍ୱତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଦାବି କରିଥିବା କହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.