ରବି ଏନ୍ ମିଶ୍ର ଓଡ଼ିଶାର ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
1 min read
ଭୁବନେଶ୍ୱର: ଓଡ଼ିଶାର ରବି ଏନ୍ ମିଶ୍ରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛି। ପୂର୍ବରୁ ସେ କେନ୍ଦ୍ରୀୟ ବ୍ୟାଙ୍କର ରିସ୍କ ମ୍ୟାଜେନମେଣ୍ଟ ବିଭାଗରେ ପ୍ରିନ୍ସପାଲ ଚିଫ ଜେନେରାଲ ମ୍ୟାନେଜର ପଦରେ ଥିଲେ। ରବି ମିଶ୍ରଙ୍କୁ ପଦୋନ୍ନତୀ ଦିଆଯାଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ ବ୍ୟାଙ୍କର ରୋଜମେରୀ ସେବାଷ୍ଟାଇନ୍ଙ୍କ ଅବସର ପରେ ଏହି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିଲା। ରିଜର୍ଭ ବ୍ୟାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସ୍ୱତନ୍ତ୍ର କ୍ୟାଡର ବିଭାଗରେ ଶ୍ରୀ ମିଶ୍ରଙ୍କୁ ଦାୟିତ୍ୱ ମିଳିବ। ଏହି କ୍ୟାଡର ଚେନ୍ନାଇରେ ଗତ ମେ’ ମାସ ୨୧ରେ ଆୟୋଜିତ ସେଣ୍ଟ୍ରାଲ ବୋର୍ଡ ମିଟିଙ୍ଗର ନିଷ୍ପତ୍ତି କ୍ରମେ ସୃଷ୍ଟି କରାଯାଇଥିଲା। ଏତଦ୍ ବ୍ୟତୀତ ଶ୍ରୀ ମିଶ୍ର ଅନ୍ୟ ବିଭାଗଗୁଡ଼ିକ (କର୍ପୋରେଟ ବ୍ୟାଙ୍କ, ଅନ୍ୟାନ୍ୟ ନନ୍-ବ୍ୟାଙ୍କିଙ୍ଗ ଫାଇନାନସିଆଲ କମ୍ପାନୀ) ଉପରେ ମଧ୍ୟ ଦୃଷ୍ଟି ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।।