April 19, 2024

କିଏ ଯିବ ରାଜ୍ୟସଭା ? ପାଓ୍ୱାର କରିଡରରେ ଆରମ୍ଭ ହୋଇଛି ମାନସ ମନ୍ଥନ…

1 min read

ଆଓରି-ଭୁବନେଶ୍ଵର(୧୨/୦୬): ବିଜେଡିରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ପାଇଁ ରେସ୍ । ଖାଲି ହେବାକୁ ଯାଉଥିବା ରାଜ୍ୟସଭା ଆସନରେ ଦଳ କାହାକୁ କରିବ ପ୍ରାର୍ଥୀ ତାହାକୁ ନେଇ ପାୱାର କରିଡରରେ ଆରମ୍ଭ ହୋଇଗଲାଣୀ ଲବି । ତେବେ ପୂର୍ବରୁ ପ୍ରତିଶ୍ରୁତି ପାଇଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିବ କି ନାହିଁ ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।

ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବଙ୍କ ସ୍ଥାନ କିଏ ନେବ । ଏହି 4 ନେତାଙ୍କ ଇସ୍ତଫା ପରେ ବିଜେଡିରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ରେସ୍ । କିଏ ଯିବ ରାଜ୍ୟ ସଭାକୁ ସେଥିପାଇଁ ଏବେଠାରୁ ପାୱାର କରିଡରରେ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ତେଲମରା ଓ ଛକପଞ୍ଝା ପ୍ରକ୍ରିୟା । ରାଜ୍ୟ ସଭା ଲାଗି କାହା ଉପରେ ସୁପ୍ରିମୋ ସୁନାକଳସ ଢାଳିବେ ସେଥିପାଇଁ ଲବିରେ ଥିବା ନେତାମାନେ ଅଙ୍କ କଷିବା ଆରମ୍ଭ କରିଦେଲେଣି । ଯଦିଓ ପୂର୍ବରୁ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି ତେଣୁ ହାଇକମାଣ୍ଡ ତାଙ୍କର ପ୍ରତିଶ୍ରୁତି ରଖିବେ କି ନାହିଁ ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା  ।

ଖାଲି ହେଉଥିବା 4 ରାଜ୍ୟସଭା ଆସନ ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ବିଶେଷକରି ପାୱାରକରିଡର ସହ ବେଶ ଭଲ ସମ୍ପର୍କ ଥିବା ତଥା ଚଳିତ ନିର୍ବାଚନରେ ପରାଜୟ ବରଣ କରିଥିବା ରବିନ୍ଦ୍ର ଜେନା, ସଞ୍ଜୟ ଦାସବର୍ମା, ଅରୂପ ପଟ୍ଟନାୟକ, ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ ଓ ଯାଜପୁରର ଭେଟ୍‌ରାନ ନେତା ପ୍ରଫୁଲ ଘଡାଇଙ୍କ ନାଁ ବେଶ ଚର୍ଚ୍ଚାରେ ରହିଛି । ମାତ୍ର ଏପରି ସ୍ଥଳେ ବିଜେଡି ନେତା ମହେଶ ସାହୁ କହିଛନ୍ତି ସବୁ କିଛି ପୂର୍ବରୁ ଫାଇନାଲ ହୋଇ ସାରିଛି  । କେବଳ ସୁପ୍ରିମୋ ଘୋଷଣା କରିବା ବାକି ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.