March 16, 2023

ମାର୍ଚ୍ଚ ୧୫ରୁ ଇଣ୍ଡିଆ ଗେଟରେ ଅନୁଷ୍ଠିତ ହେବ ଓଡିଶା ପର୍ବ-୨୦୧୯

1 min read

ଆଓରି-ନୂଆଦିଲ୍ଲୀ(୨୮/୦୨) : ଇଣ୍ଡିଆ ଗେଟ ପ୍ରାଙ୍ଗଣରେ ଓଡିଶା ପର୍ବର ତୃତୀୟ ସଂସ୍କରଣ ମାର୍ଚ୍ଚ ୧୫-୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଓଡିଶାର ଭାଷା, କଳା, ସଂସ୍କୃତି,ସ୍ଥାପତ୍ୟ, ଖାଦ୍ୟ, ଇତ୍ୟାଦି ଦେଶ ଓ ବିଦେଶରେ ପହଞ୍ଚାଇବ ଲକ୍ଷ୍ୟରେ “ଓଡିଆ ସମାଜ” ଏହିପରି ଏକ ବିଶାଳ ଓ ଭବ୍ୟ କାର୍ଯ୍ୟକର୍ମ ପ୍ରତିବର୍ଷ ଆୟୋଜନ କରୁଛି।

ଓଡିଆ ସମାଜ ଏହା ପୂର୍ବରୁ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ଠାରେ ଓଡିଆ ପର୍ବ ପ୍ରଥମ ସଂସ୍କରଣ ୨୦୧୭ ଏପ୍ରିଲ ୨୯ – ମାର୍ଚ୍ଚ ୧ ତାରିଖ  ତିନିଦିନ ବ୍ୟାପୀ ବହୁ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ପୁନର୍ବାର ଏହି ପର୍ବର ଦ୍ଵିତୀୟ ସଂସ୍କରଣ ୨୦୧୮ ମାର୍ଚ୍ଚ ୯ – ୧୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଗେଟ ଠାରେ ଅନୁଷ୍ଠିତ ହୋଇଥିଲା । ଓଡିଆ ପର୍ବର ଏହି ଦ୍ଵିତୀୟ ସଂସ୍କରଣରେ ଦିଲ୍ଲୀଠାରେ ଥିବା ସମସ୍ତ ଓଡିଆ ଏବଂ ଅଣଓଡିଆ ମାନେ ଓଡିଶାର ଅଦ୍ଵିତୀୟ ସ୍ଥାପତ୍ୟ , କଳା ସଂସ୍କୃତି , ଖାଦ୍ୟ ତଥା ଗୌରବମୟ ଇତିହାସ ବିଷୟରେ ଅବଗତ ହୋଇପାରିଥିଲେ।

ଏହି କାର୍ଯ୍ୟକର୍ମରେ ଓଡିଶାର ପ୍ରସିଦ୍ଧ ଜଗନ୍ନାଥ ଭୋଗ, ରସୋଗୋଲା, କଟକ ଦହିବରା, ଲସି ଇତ୍ୟାଦି ସୁସ୍ଵାଦୁ ଖାଦ୍ୟ ସହିତ ସୁନାମଧାନ୍ୟ ଗାୟକ,କଳାକାର ଓ ସଂଗୀତକାରଙ୍କ ଉପସ୍ଥିତିରେ ନୂଆ-ପୁରୁଣା ଗୀତର ଆସର ଜମିବ। ଏହା ସହିତ ଅଦ୍ଵିତୀୟ କପଡାଶୈଳୀ ପାରମ୍ପରିକ ହସ୍ତତନ୍ତ ଶାଢୀ, କପଡା, ଡ୍ରେସ ଇତ୍ୟାଦି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅଂଶ ଗ୍ରହଣ କରିବେ।

ଓଡିଆ ସମାଜ ଦିଲ୍ଲୀର ଏକ ଅଗ୍ରଣୀ ବେସରକାରୀ ଓ ସାମାଜିକ ସଂସ୍କୃତିକ ସଂଗଠନ ଯିଏ ଓଡିଶାର ବିକାଶ ତଥା ମୂଳ ଗୌରବକୁ ଅକ୍ଷୁର୍ଣ ରଖିବା ପାଇଁ ସବୁବେଳେ ଚିନ୍ତିତ ଏବଂ କାର୍ଯ୍ୟରତ। ବିଶ୍ଵରେ ଥିବା ପ୍ରବାସୀ ଓଡିଆ ମାନଙ୍କୁ ଏକଜୁଟ କରିବା ଏବଂ ସେମାନଙ୍କୁ ସୁଖ ସମୃଦ୍ଧି ଯୋଗାଇ ଦେବାପାଇଁ ଓଡିଆ ସମାଜ ସବୁବେଳେ ତତ୍ପର।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.