କେନ୍ଦ୍ର ବଜେଟରେ ଓଡ଼ିଶାକୁ ୬ ହଜାର କୋଟି ଟଙ୍କାର ରେଳ ଅନୁଦାନ ଘୋଷଣା କଲେ କେନ୍ଦ୍ର ସରକାର
1 min read
ଆଓରି-ଭୁବନେଶ୍ଵର(୧୦/୦୭) : ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି । କେନ୍ଦ୍ର ବଜେଟରେ ଓଡ଼ିଶାକୁ ୬ ହଜାର କୋଟି ଟଙ୍କାର ରେଳ ଅନୁଦାନ ଘୋଷଣା କଲେ କେନ୍ଦ୍ର ସରକାର । ନୂଆ ରେଳ ଲାଇନ୍ ପାଇଁ ୧୪୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳ ୧୮୦ କୋଟି ଟଙ୍କା ଯାତ୍ରୀଙ୍କ ସୁବିଧା ସୁଯୋଗ ପାଇଁ ଖର୍ଚ୍ଚ ହେବା ବୋଲି କୁହାଯାଇଛି ।
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥ ପାଇଁ ମଞ୍ଜୁର ହେଲା ୩୫୦ କୋଟି ଟଙ୍କା । ସେହିଭଳି ଅନୁଗୁଳ-ସୁକିନ୍ଦା ରୋଡ୍ ନୂଆ ରେଳ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ହରିଦାସପୁର-ପାରାଦୀପ ପାଇଁ ୮୨ କିମି ଲାଇନ୍ ପାଇଁ ୪୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ତାଳଚେର-ବିମଳାଗଡ଼ ରେଳ ଲାଇନ୍ ପାଇଁ ୧୫୦ କୋଟି ଘୋଷଣା କରାଯାଇଛି ।ଜୟପୁର-ମାଲକାନଗିରି ରେଳ ଲାଇନ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ନୂଆପଡ଼ା-ଗୁଣୁପୁର ରେଳ ଲାଇନ୍ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଝାରସୁଗୁଡ଼ା-ରେଙ୍ଗାଲି ରେଳ ପଥ ଦୋହରୀକରଣ ପାଇଁ ୨.୦୫ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିଭଳି ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସମ୍ବଲପୁର-ତାଳଚେର ରେଳପଥର ଦୋହରୀକରଣ ପାଇଁ ୨୪୯ କୋଟି ଟଙ୍କା ମଞ୍ଜୁର ହୋଇଛି । ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଦୋହରୀକରଣ ପାଇଁ ୧୭୦ କୋଟି ଦିଆଯାଇଥିବା ବେଳେ ବାଂଶପାଣି-ଦୈତାରୀ-ଯଖପୁରା ରେଳପଥ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି ଓ ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି ।
ସେହିଭଳି କଳାହାଣ୍ଡିରେ ବିଦ୍ୟୁତ ଇଞ୍ଜିନ୍ ୱାର୍କସପ୍ ପାଇଁ ୧ କୋଟି ଓ ୫ଟି ନୂଆ ପ୍ରକଳ୍ପର ସର୍ଭେ ପାଇଁ ବଜେଟରେ ଘୋଷଣା କରାଯାଇଛି । ତେବେ ଭୁବନେଶ୍ୱର ୨ଟି ସ୍ୱୟଂଚାଳିତ ରେଳଡବା ସଫେଇ ପ୍ଲାଣ୍ଟ ନିର୍ମାଣ ପାଇଁ ମଧ୍ୟ ଘୋଷଣା କରାଯଇଛି ।