March 21, 2023

ପୁରୀରେ ଜିଲାସ୍ତରୀୟ ୮୪ତମ ଓଡ଼ିଶା ଦିବସ ପାଳିତ

1 min read
Odisha-Diwas-Aajira-Odisha

ଆଓରି-ଭୁବନେଶ୍ଵର(୦୧/୦୪) : ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଜିଲାସ୍ତରୀୟ ୮୪ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ପ୍ରଥମେ ସିଂହଦ୍ୱାରସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପୌରସଦନଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ହରିଶ୍‌ ଚନ୍ଦ୍ର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଓଡ଼ିଶା ଦିବସର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ମହାପୁରୁଷଙ୍କ ବିଶେଷ ଅବଦାନ ରହିଛି, ସେମାନଙ୍କ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.