March 21, 2023

ଭୁବନେଶ୍ୱରରେ ଡ୍ୟାନ୍ସ ବାର୍ ଖୋଲାଯିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ନିନ୍ଦା କଲା ବିଜେପି

1 min read
Samantsinghar-Aajira-Odisha

ଆଓରି-ଭୁବନେଶ୍ଵର(୨୫/୦୯) : ଭୁବନେଶ୍ୱରରେ ଡ୍ୟାନ୍ସ ବାର୍ ଖୋଲାଯିବାକୁ ତୀବ୍ର ନିନ୍ଦା କରିଛି ବିଜେପି । ଏନେଇ ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ପ୍ରେସ୍‌ମିଟ୍ କରାଯାଇଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଟିତ ହୋଇଥିବା ପ୍ରେସ୍‌ମିଟ୍‌ରେ ବିଜେପି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଡ୍ୟାନ୍ସ ବାର୍ ଖୋଲାଯିବା ଓ ସାଂସଦ ଚନ୍ଦ୍ରଶେଖର ସାହୁ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।

ସେ କହିଛନ୍ତି, ଡାନ୍ସବାରକୁ ପୁର୍ନବାର ଭୁବନେଶ୍ୱରରେ ପୁର୍ନଜୀବିତ କରିବା ଏକ ନିନ୍ଦନୀୟ ଘଟଣା । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହା କେଉଁଠି ବି ସ୍ଥାନ ପାଉନି । ଗରିବ ଝିଅ ଓ ମହିଳାମାନଙ୍କର ଆର୍ଥିକ ଦୂରାବସ୍ଥାର ଫାଇଦା ଉଠାଯାଉଛି । ମଦ୍ୟପ ବ୍ୟକ୍ତିମାନଙ୍କ ଆଗରେ ନଚାଇ ଝିଅ ଓ ମହିଳାମାନଙ୍କୁ ରୋଜଗାରର ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଉଛି । ଏହି ଡ୍ୟାନ୍ସ ବାର୍‌କୁ ନେଇ ଆଗାମୀ ଦିନରେ ବେଆଇନ୍ କାମ ଓ ଅପରାଧିକ ମାମଲା ବଢିବାରେ ଲାଗିବ । ଏହି ସବୁ ଜିନିଷକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ, ଡ୍ୟାନ୍ସ ବାର୍‌କୁ ଲାଇସେନ୍ସ ଦେବା ପାଇଁ ଯାହା ଭାବିଛନ୍ତି ତାହାକୁ ତୁରନ୍ତ ରଦ୍ଦ କରାଯାଉ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.