ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଶ୍ୱିନୀ
1 min read
ଆଓରି-ଭୁବନେଶ୍ୱର(୨୪/୦୬): ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି ।
ତେବେ ବିଜେପିର ପ୍ରାର୍ଥୀ ଅଶ୍ୱିନୀଙ୍କୁ ୫ ବର୍ଷିଆ ସିଟ୍ ମିଳିଛି । ୨୦୨୪ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାଙ୍କରି ସିଟ୍ରେ ରାଜ୍ୟସଭା ଯିବେ ଅଶ୍ୱିନୀ ବୈଷ୍ଣବ ।
ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । କଂଗ୍ରେସ ଏହାକୁ ସମାଲୋଚନା କରୁଥିବା ବେଳେ ଓଡ଼ିଶାର ବିକାଶ ପାଇଁ ଖୋଲାଖୋଲି ଭାବେ ଆଲୋଚନା ହୋଇଥିବା ବିଜେପି କହିଛି ।
ତେବେ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସିଟ୍କୁ ଦଳ ଅମର ପଟ୍ଟନାୟକଙ୍କୁ ଦେଇଥିବା ବେଳେ ପ୍ରତାପ ଦେବଙ୍କ ସିଟ୍କୁ ଦଳ ସସ୍ମିତଙ୍କୁ ଦେଇଛି । ଉଭୟଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ରହିଛି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ୱିନୀଙ୍କୁ ପଠାଯାଉଥିବାରୁ ତାଙ୍କର କାର୍ଯ୍ୟକାଳ ଅନ୍ୟ ଦୁଇ ବିଜେଡି ପ୍ରାର୍ଥୀଙ୍କ ଠାରୁ ଅଧିକ ରହିବ ।