March 23, 2023

ଦିଲ୍ଲୀରେ ବିଶ୍ୱ କଳା ଶିରୋମଣି ସମ୍ମାନ ରେ ସୁସଜ୍ଜିତ ଓଡ଼ିଆ କୃତିତ୍ୱ

1 min read
Felicitation-Aajira-Odisha

ଆଓରି-ନୂଆଦିଲ୍ଲୀ(୨୨/୦୩) : ୧୫ ମାର୍ଚ୍ଚ ଶୁକ୍ରବାର ଦିନ ତ୍ରିବେଣୀ କଳା ସଙ୍ଗମ ସଭାଗୃହ ଠାରେ ଦିଲ୍ଲୀର ସୁପରିଚିତ ସଂସ୍ଥା “ସ୍ୱର ସମର୍ପଣ ସେଣ୍ଟର ଫର ଆର୍ଟ ଆଣ୍ଡ କଲ୍ଚର” ଦ୍ଵାରା ଅନୁଷ୍ଠିତ ହୋଇଯାଇଛି “ସମର୍ପଣ ସଂଗୀତ ସମାରୋହ” । ଭାରତର ସଂଗୀତ ସୂର୍ଯ୍ୟ ଓସ୍ତାଦ ଅମୀର ଖାଁ ସାହେବଙ୍କ ସ୍ମରଣ ରେ ଏହି ସଂଗୀତ ସଂଧ୍ୟାର ଆୟୋଜନ କରାଯାଇଥିଲା।

ବିଶ୍ଵ ବିଖ୍ୟାତ ଶିଳ୍ପୀ ଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ବିଶ୍ଵସ୍ତରୀୟ ସମ୍ମାନ ରେ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ର ସିନିଅର ଆଡଭାଇଜର ଡା. ଭଗବାନ ପ୍ରକାଶKala-Shiromani-Award-Aajira ତଥା ସଂସ୍ଥା ର ଚେୟାରମେନ ଆଚାର୍ଯ୍ୟ ଅଭିମନ୍ୟୁଙ୍କ କରକମଳ ଦ୍ୱାରା ସମ୍ମାନିତ କରାଯାଇଥିଲା। ଆମ ଦେଶରେ ଆର୍ଥିକ ଦୃଷ୍ଟିରୁ ବହୁତ ଖରାପ ଅବସ୍ଥା ରେ ଥିବା ଅତି ଉଚ୍ଚକୋଟୀର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଆୟୁର୍ବେଦ, ଯୋଗ , ସଂଗୀତ ରେ ଶିକ୍ଷା ଦାନ ଦେଇ ସେମାନଙ୍କୁ ରୋଜଗାର ଦେଵା ସହିତ କିଡନୀ, ହାର୍ଟ,ଲିଭର ରୋଗରେ ପୀଡ଼ିତ ଥିବା ଗରିବ ଲୋକମାନଙ୍କୁ ଏହି ସଂସ୍ଥା ମାଧ୍ୟମରେ ସାହାଯ୍ୟ ସହଯୋଗ କରାଯିବ ବୋଲି ଘୋଷଣା କରାଯାଇଥିଲା।

କାର୍ଯ୍ୟକ୍ରମ ର ଉଦଘାଟନ ମୂଖ୍ୟ ଅତିଥି ଇଲେକ୍ସନ କମିଶନ ଅଫ ଇଣ୍ଡିଆ ର ସିନିଅର ଆଡଭାଇଜର ଡଃ ଭଗବାନ ପ୍ରକାଶ, ବିଶିଷ୍ଟ ଅତିଥି ସୁପ୍ରସିଦ୍ଧ କଥକ ନୃତ୍ୟାଗଂନା ଶ୍ରୀମତୀ ସୁମିତା ଶର୍ମା ଙ୍କ ଦ୍ଵାରା ମା ସରସ୍ବତୀଙ୍କ ଚରଣରେ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇ ଥିଲା। ଏହି ସଂଗୀତ ସଂଧ୍ୟାରେ ପଦ୍ମଶ୍ରୀ ପଣ୍ଡିତ ସୁରିଂଦର ସିଂ ଏବଂ ତାଙ୍କର ନାତି ଶିଷ୍ୟ ବାଲ୍ୟ ପ୍ରତିଭା କୋଵିଦ କୁମାର , ବିଦୁଷୀ ଦିପ୍ତୀ ଶର୍ମାଙ୍କ ଶିଷ୍ୟା କୁମାରୀ କପ୍ଳନା,ନୈନା,ନିଶି,ଶୋନି,ବସୁଧା,ମାନଵୀ ଦ୍ଵାରା ହିନ୍ଦୁସ୍ତାନୀ କଣ୍ଠ ସଂଗୀତ, ପଣ୍ଡିତ ସୁବୋଧ ନାରାୟଣ ପାଢ଼ୀ ଏବଂ ତାଙ୍କର ଶିଷ୍ୟ ଅଭିଷେକ,ଅଖ୍ୟତ, ଦିବ୍ୟାଂଶୁ, ନଚିକେତ, ଅଥର୍ବ,ଅଂଶିକା,ପୁରୁ ଦ୍ଵାରା ଶାସ୍ତ୍ରୀୟ ଯନ୍ତ୍ର ସଂଗୀତ ଏବଂ କଥକ ନୃତ୍ୟ ରେ ମଉମାଲା ନାୟକ,ନିତୁ କୁମାରୀ, ନିଶା ରାୟ ଦଶାବତାର ଓ ହୋରି ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରାଇ ଦେଇଥିଲେ। ଆକାଶଵାଣି ଏବଂ ଦୂରଦର୍ଶନ ର ପ୍ରତିଭା ସମ୍ପନ୍ନ କଳାକାର ପ୍ରତିମା ଶର୍ମା ଙ୍କ ଦ୍ଵାରା ମଂଚ ସଂଚାଳନ ର ଚମତ୍କାରିତା ରେ ଦର୍ଶକ ସମାଜ ଭରପୁର ଆନନ୍ଦ ଉଠାଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.