April 16, 2024

କ୍ରିକେଟ୍‌ରୁ ସନ୍ୟାସ ନେଲେ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା

1 min read
Spinner Pragyan Ojha announces retirement from all forms of cricket aajira odisha

ଆଓରି-ନୂଆଦିଲ୍ଲୀ(୨୧/୦୨) : କ୍ରିକେଟ୍‌ରୁ ସନ୍ୟାସ ନେଲେ ପ୍ରଜ୍ଞାନ୍‌ ଓଝା । କ୍ରିକେଟର ସବୁ ଫର୍ମାଟରୁ ପ୍ରଜ୍ଞାନ ଆଜି ନିଜର ଅବସର ଘୋଷଣା କରିଛନ୍ତି । ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ସେ ୧୪ ବର୍ଷ ଖେଳିସାରିଛନ୍ତି । ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ସେ ନିଜର କୃତଜ୍ଞତା ଜଣାଇଛନ୍ତି । ଏହା ସହ ସମସ୍ତ ସାଥି ଖେଳାଳିଙ୍କୁ ମଧ୍ୟ ପ୍ରଜ୍ଞାନ ନିଜ ଟ୍ୱିଟ୍‌ ଜରିଆରେ କୃତଜ୍ଞତା ଜଣାଇଛନ୍ତି ।

ପ୍ରଜ୍ଞାନ ନିଜ ଛୋଟ ଆନ୍ତର୍ଜାତୀୟ କ୍ୟାରିୟର ମଧ୍ୟରରେ ୨୮ ଜୁନ୍‌ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ବାମହାତୀ ସ୍ପିନର ପ୍ରଜ୍ଞାନ ୧୮ଟି ଦିନିକିଆରୁ ୨୧ ୱିକେଟ୍ ହାସଲ କରିଛନ୍ତି । ସେହିଭଳି ୨୪ଟି ଟେଷ୍ଟରୁ ୧୧୩ ଓ୍ୱିକେଟ୍‌ ହାସଲ କରିଛନ୍ତି । ଅନ୍ୟପଟେ ୯୨ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ସେ ୮୯ ୱିକେଟ୍ ହାସଲ କରିଛନ୍ତି । ଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଜର୍ସ ଓ ପରେ ମୁମ୍ବଇ ଇଣ୍ଡିଆନ ତରଫରୁ ଖେଳିଥିଲେ ।

ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ଟିମ ସହକର୍ମୀ ଓ ସମସ୍ତ କ୍ରିକେଟ ପ୍ରେମୀମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ନିଶ୍ଚୟ ସହଯୋଗ କରିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.