March 28, 2023

ଓଡ଼ିଆ ପାଇଲଟ୍ ସୁନୀତ ନିଖୋଜ ବିମାନ ଏଏନ୍-୩୨ରେ ଥିଲେ

1 min read

ଆଓରି-ଭୁବନେଶ୍ଵର(୦୮/୦୬): ଓଡ଼ିଆ ପୁଅ ସୁନୀତ ମହାନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ସୁନୀତ ମହାନ୍ତି ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିଲେ । ତେବେ ନିକଟରେ ନିଖୋଜ ହୋଇଥିବା ଆଇଏଏଫର ବିମାନ ଏଏନ୍-୩୨ରେ ଥିଲେ ଓଡ଼ିଆ ପାଇଲଟ୍ ସୁନୀତ ।

ବିମାନ ନିଖୋଜ ହେବାର ୪ ଦିନ ବିତିଥିଲେ ବି ସୁନୀତଙ୍କ ସମେତ ଅନ୍ୟ ୧୨ ଜଣ ଅଧିକାରୀଙ୍କ ପତ୍ତା ମିଳିପାରିନି । ଗତ ୩ ତାରିଖରେ ଅରୁଣାଚଳ ପ୍ରଦେଶର ମେଚୁକାରୁ ଉଡାଣ ଭରିଥିବା ଏହି ବିମାନ ଆସାମର ଜୋରହାଟ୍ ଯାଉଥିଲା । ମଝି ଆକାଶରେ ଏଏନ୍-୩୨ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା ।

ଭାରତୀୟ ବାୟୁସେନା ଏବଂ ଜଳସେନା ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ସୁଦ୍ଧା ବିମାନର ଖୋଜ ଖବର ମିଳିପାରିନି । ବାୟୁସେନାର ୬ଜଣ ଅଫିସରଙ୍କ ସମେତ ମୋଟ୍ ୧୩ ଜଣ ଯାତ୍ରା କରୁଥିବା ଏହି ବିମାନରେ ଥିଲେ ଓଡ଼ିଆ ପୁଅ ସୁନୀତ । ତେବେ ସୁନୀତିଙ୍କ  ବିଷୟରେ ଖବର ପାଇ ସାରା ରାଜ୍ୟରେ ଦୁଃଖର ଛାୟା ଖେଳିଯାଇଛି ।

ଓଡ଼ିଆ ପୁଅ ସୁନୀତ ମହାନ୍ତି ଜାମସେଦପୁର ଏନ୍‌ଆଇଟିରୁ ଇଞ୍ଜିନିୟରିଂ ପାସ୍‌ କରିବା ପରେ ଡିଆରଡିଓରେ ଏକ ମାସ ଟ୍ରେନିଂ ନେଇଥିଲେ । ପରେ ବାୟୁସେନାରେ ଚାକିରୀ କରିବା ସହ ସେ ଏବେ ଦିଲ୍ଲୀରେ ରହୁଥିଲେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.