ଭୁବନେଶ୍ୱର ବିମାନ ବନ୍ଦରରୁ ବଢ଼ିଲା ଫ୍ଲାଇଟ୍ ସଂଖ୍ୟା
1 min read
ଆଓରି-ଭୁବନେଶ୍ଵର(୦୪/୦୯) : ଭୁବନେଶ୍ୱର ବିମାନ ବନ୍ଦରରୁ ବଢ଼ିଲା ଫ୍ଲାଇଟ୍ ସଂଖ୍ୟା । ଏଣିକି ବାଙ୍ଗାଲୋର, ନୂଆଦିଲ୍ଲୀ ଓ ହାଇଦ୍ରାବଦକୁ ଉଡ଼ିବ ଏୟାର ଏସିଆ ବିମାନ । ଏନେଇ ରାଜ୍ୟ ସରକାରଙ୍କ ସହ ଏୟାର ଏସିଆ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ପ୍ରର୍ଯ୍ୟଟନ ମନ୍ତ୍ରୀ । ଅକ୍ଟୋବର ୨୯ତାରିଖରୁ ଏହି ସେବା ଆରମ୍ଭ ହେବ । ତେବେ ଏୟାର ଏସିଆର ଭୁବନେଶ୍ଵରଠାରୁ ବ୍ୟାଙ୍କକ୍ ପ୍ଲାଇଟ୍ ବନ୍ଦ ହୋଇଯାଇଥିବା ବେଳେ ଏହା ଉପରେ ଆଲୋଚନା ଚାଲିଥିବା କହିଛନ୍ତି ମନ୍ତ୍ରୀ ।