March 22, 2023

ରାଜ୍ୟରେ କମିଲା ଇଂଜିନିରିୟରିଂ ସିଟ୍‌ ସଂଖ୍ୟା

1 min read

ଆଓରି-ଭୁବନେଶ୍ଵର(୦୯/୦୭) : ରାଜ୍ୟରେ କମିଲା ଇଂଜିରିୟରିଂ ସିଟ୍‌ ସଂଖ୍ୟା । ଉଭୟ ସରକାରୀ ଏବଂ ବେସରକାରୀ ଇଂଜିନିୟରିଂ କଲେଜରେ ମୋଟ ୪୦୭୩ଟି ବି.ଟେକ୍ ସିଟ୍ କମିବା ନେଇ ସୁଚନା ମିଳିଛି । ସମୁଦାୟ ୮୮ଟି କଲେଜରେ ୪୦୭୩ଟି ସିଟ୍ କମିଛି । ଏହି ୮୮ଟି କଲେଜ ମଧ୍ୟରେ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜ ରହିଥିବା ବେଳେ ୮୦ଟି ବେସରକାରୀ ଇଞ୍ଜିନିୟରିଂ କଲେଜ ରହିଛି । ବେସରକାରୀ କଲେଜ ଗୁଡ଼ିକରେ ୩୯୪୭ଟି ସିଟ୍ କମିଥିବା ବେଳେ ସରକାରୀ କଲେଜ ଗୁଡ଼ିକରେ ମୋଟ୍‌ ୧୨୬ଟି ସିଟ୍ କମ୍‌ କରାଯାଇଛି ।

ସୁଚନାଯାୟୀ, ବର୍ଷ ବର୍ଷ ଧରି ଉଭୟ ସରକାରୀ ଓ ବେସରକାରୀ କଲେଜ ଗୁଡ଼ିକରେ ଭିତ୍ତିଭୂମିର ଅଭାବ ଓ ରକ୍ଷଣାବେକ୍ଷଣା ଅଭାବ ରହିଛି । ଏହା ସହିତ ଆବଶ୍ୟକ ଅନୁଯାୟୀ ଶିକ୍ଷକ ମଧ୍ୟ କଲେଜ ଗୁଡ଼ିକରେ ନାହାନ୍ତି । ତେଣୁ ଇଞ୍ଜିନିୟରିଂ କଲେଜ୍‌ର ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ଥ ହୋଇପଡ଼ିଛି । କଲେଜରେ ଉଚିତ୍‌ ପାଠ ପଢ଼ା ମାହୋଲ ନଥିବା କାରଣରୁ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ କ’ଣ କରିବେ ଜାଣିପାରୁ ନାହାନ୍ତି । ଫଳରେ ଦିନକୁ ଦିନ ଇଞ୍ଜିନିୟରିଂ କରିଥିବା ବେକାରୀ ସଂଖ୍ୟା ବଢୁଛି ।

ଇଞ୍ଜିନିୟର ବେକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଅଭିଭାବକ ମାନେ ନିଜ ପିଲାଙ୍କୁ ଇଞ୍ଜିନିୟରିଂ ପଢାଇବାକୁ ରାଜି ହେଉ ନାହାନ୍ତି । ପଳରେ ଅନକ କଲେଜରେ ସିଟ୍‌ ଖାଲି ପଡ଼ୁଛି । ଏହି ସିଟ୍‌ ଖାଲି ପଡ଼ିବା କାରଣରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଟ୍‌ କମାଯିବା ସହ ବିଭିନ୍ନ କଲେଜକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.