March 24, 2023

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୩ଟି ବିଶ୍ୱବିଦ୍ୟାଳୟକୁ ନୋଟିସ୍ ଜାରି

1 min read

ଆଓରି-ଭୁବନେଶ୍ଵର(୦୨/୦୭): ରାଜ୍ୟର 3ଟି ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଏହି ନୋଟିସ କରାଯାଇଛି ।

ଏହି ତିନି ବିଶ୍ୱବିଦ୍ୟାଳୟକୁ RUSA ଗ୍ରାଣ୍ଟ୍‌ ଦ୍ୱାରା କ୍ୟାମ୍ପସର୍ ଉନ୍ନୟନ ପାଇଁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସହାୟତା ରାଶିକୁ ସଠିକ୍ ଉପାୟରେ ଖର୍ଚ୍ଚ କରାଯାଇନି ।  ଖର୍ଚ୍ଚ ହୋଇଥିଲେ ବି କାମ ଖୁବ୍ ମନ୍ଥର ଗତିରେ ଚାଲିଥିବାରୁ 3ଟି ବିଶ୍ୱବିଦ୍ୟାଳୟକୁ ଏହି ନୋଟିସ୍ ଜାରି କରାଯାଇଛି  ।

ଏନେଇ ବିଭାଗ ପକ୍ଷରୁ ଏକ ଟିମ୍ ଯାଞ୍ଚ କରିଥିଲେ । ଏହାର ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିଥିଲେ । ଯାହାକୁ ଅଧାର କରି ତିନି ବିଶ୍ୱବିଦ୍ୟାଳୟର କୁଳ ସଚିବ ଏବଂ R & Bର ମୁଖ୍ୟ ଯନ୍ତ୍ରୀଙ୍କୁ  ନୋଟିସ୍ କରାଯାଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.