April 20, 2024

କୋହଲି ନୁହେଁ ବରଂ ଧୋନି ଭାରତର ସବୁଠୁ ବଡ଼ କ୍ରିକେଟର ; କପିଲ ଦେବ

1 min read

ଆଓରି-ନୂଆଦିଲ୍ଲୀ(୧୯/୧୨) : ଭାରତୀୟ କ୍ରିକେଟ ଟିମ୍‌ରେ ଦୁଇଜଣ ପ୍ଲେୟରଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଚାଲେ । କ୍ୟାପଟେନ୍‌ କୁଲ୍‌ ଧୋନି ଏବଂ ବିରାଟ କୋହଲିଙ୍କ ଫ୍ୟାନ୍‌ ବହୁ ଅଧିକ । ବେଳେବେଳେ ଏମାନଙ୍କ ଫ୍ୟାନଙ୍କ ମଧ୍ୟରେ ଫାଇଟ୍‌ ହେଉଥିବା ମଧ୍ୟ ଦେଖିବାକୁ ମିଳେ । କିଏ କହେ ମାହି ପୁଣି କିଏ କହେ ବିରାଟ ବହୁତ ଭଲ ଖେଳାଳି । କିନ୍ତୁ ଏଭଳି ସ୍ଥିତିରେ ଏହି ଯୁକ୍ତିରେ ବିରାମ ଟାଣିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବ । କୋହଲି ନୁହେଁ ବରଂ ଧୋନି ଭାରତର ସବୁଠୁ ବଡ଼ କ୍ରିକେଟର ବୋଲି ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କପିଲ ଦେବ ।

ଉଲ୍ଲେଖଯୋଗ୍ୟ, କପିଲ ଏବଂ ଧୋନି କ୍ରିକେଟ ବିଶ୍ୱକପରେ ଦୁଇଜଣ ଚାମ୍ପିୟନ କ୍ୟାପଟେନ୍‌ । କପିଲ ୧୯୮୩ରେ ପ୍ରଥମେ ବିଶ୍ୱକପ୍‌ ଆଣିଥିଲେ । ପରେ ଧୋନି ୨୦୧୧ରେ ସୁନ୍ଦର ଛକା ସହାୟତାରେ ଆଣିଥିଲେ ବିଶ୍ୱକପ୍‌ । ଅନ୍ୟପଟେ ନିଜର ବେଷ୍ଟ ଦେଇ ଭାରତୀୟ  କ୍ରିକେଟରେ ବିପ୍ଳବ ଆଣିଥିବା କୋହଲିଙ୍କୁ ଭାରତର ଭଲ କ୍ରିକେଟର ବୋଲି ସ୍ୱୀକାର କରିନାହାନ୍ତି କପିଲ ଦେବ ।

ଧୋନିଙ୍କୁ ପ୍ରଶଂସା କରି ବିନା ଦ୍ୱିଧାରେ କପିଲ କହିଲେ, ‘ଧୋନି ଭାରତର ସବୁଠୁ ବଡ଼ ଖେଳାଳି । ୯୦ଟି ଟେଷ୍ଟ ଖେଳିବାପରେ ଯୁବ ଖେଳାଳିଙ୍କୁ ମୌକା ଦେଲେ । ଧୋନି ଏମିତି କରି ନିଜକୁ ପଛରେ ରଖି ଦେଶକୁ ଆଗରେ ରଖିଛନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ।’

ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ କ୍ରିକେଟର ସୁନୀଲ ଗାଭାଷ୍କରଙ୍କ ବୟାନ ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ବିଶ୍ୱକପକୁ ନେଇ ପ୍ରଶ୍ନରେ ସେ କହିଛନ୍ତି, ବିଶ୍ୱକପ ଭାରତ ଜିତିବ । ସେ ଆହୁରି ମଧ୍ୟ କହିଛନ୍ତି, ଲର୍ଡସ୍‌ରେ ବିଶ୍ୱକପ ଫାଇନାଲରେ ଶେଷ ବଲରେ ୬ ରନ୍‌ ଆବଶ୍ୟକ ଥିବ ଏବଂ ବୋଲିଂ ପାକିସ୍ତାନର ମହମ୍ମଦ ଅମିର କରୁଥିବେ, ଏହାକୁ କେବଳ ଧୋନି ହିଁ ୬ ମାରି ଜିତାଇପାରିବେ । ଯେମିତି ୨୦୧୧ ବିଶ୍ୱକପ୍‌ରେ ଲାଷ୍ଟ ବଲରେ ଧୋନି ଛକା ମାରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.