May 25, 2022

ଜାଣନ୍ତୁ ଆଳୁର ଚୋପା କିପରି ସ୍ଵାସ୍ଥ୍ୟ ଉପଯୋଗୀ

1 min read
Potato-Westage-Aajira-Odisha

ଆଳୁ ଏପରି ଏକ ପରିବା ଯାହାକୁ ପ୍ରାୟତଃ ସବୁ ତରକାରୀରେ ନିତିଦିନ ବ୍ୟବହାର କରାଯାଏ। କଥାରେ ଅଛି, ବିନା ଆଳୁରେ ରୋଷେଇ ସ୍ୱାଦହୀନ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଆଳୁର ଚୋପା ମଧ୍ୟ ଖୁବ୍ ଉପଯୋଗୀ। ଏହା ଆମ ଶରୀରର ଅନେକ ଉପକାର କରିଥାଏ। ତେବେ ଚାଲନ୍ତୁ ଜାଣିବା ଆଳୁର ଚୋପା କେତେ ସ୍ଵାସ୍ଥ୍ୟ ଉପଯୋଗୀ

ଆଳୁ ଚୋପା ଶରୀରରେ କୋଲେଷ୍ଟ୍ରଲ୍‌ର ସ୍ତର କମାଇଥାଏ। ଆମେରିକା ହାର୍ଟ ଆସୋସିଏସନ୍‌ର କହିବା ଅନୁସାରେ, ଅଧିକ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ୍‌ ହୋଇଥାଏ। ଆଳୁ ଅପେକ୍ଷା ଏହାର ଚୋପାରେ ଅଧିକ ଫାଇବର୍ ରହିଛି। ତେଣୁ ଆଳୁକୁ ସିଝାଇ କିମ୍ୱା ପୋଡ଼ି ଖାଇବା ଉଚିତ। ଏହାଦ୍ବାରା ଚୋପାକୁ ମଧ୍ୟ ଖାଇ ହୁଏ। ଗୋଟିଏ ମଧ୍ୟମ ଧରଣର ଆଳୁରେ ୫ ଗ୍ରାମ୍‌ ଫାଇବର୍‌ ରହିଥାଏ, ହେଲେ ଏହାର ଚୋପାରେ ଏହାଠାରୁ ଅଧିକ ଫାଇବର୍‌ ରହିଥାଏ। ଯଦି ଆପଣ ଆଳୁର ଚୋପା ଛଡ଼ାଇ ଖାଉଛନ୍ତି, ତେବେ ଅଧିକ ଫାଇବର୍‌ଯୁକ୍ତ ଖାଦ୍ୟ ହାତଛଡ଼ା କରୁଛନ୍ତି ବୋଲି ଜାଣନ୍ତୁ।

ଆଳୁରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌ ଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ। ଆଳୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍ – ବି ମଧ୍ୟ ରହିଛି। ଏହା ଶରୀରକୁ ମଜବୁତ୍‌ କରିବା ସହ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ଫାଇବର୍‌ ଶରୀରର ହଜମ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.