March 24, 2023

କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷଦ୍ୱାରା ମଧ୍ୟସ୍ଥତାର ପ୍ରଶ୍ନ ଉଠୁ ନାହିଁ : ରାଜନାଥ ସିଂହ

1 min read

ଆଓରି-ନୂଆଦିଲ୍ଲୀ(୨୪/୦୭) : କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷଦ୍ୱାରା ମଧ୍ୟସ୍ଥତାର ପ୍ରଶ୍ନ ଉଠୁ ନାହିଁ, କାରଣ ଏହା ଶିମ୍‍ଳା ରାଜିନାମାକୁ ଲଙ୍ଘନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ବୁଧବାର ଶୂନ୍ୟକାଳରେ ଲୋକସଭାରେ ବିବୃତ୍ତି ଦେଇ ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ଙ୍କ ମଧ୍ୟରେ ଗତ ମାସରେ ଜାପାନ୍‍ର ଓସାକାଠାରେ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇ ନ ଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର ଗୃହରେ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ସେ କହିଛନ୍ତି, ଶ୍ରୀ ଟ୍ରମ୍ପ୍‍ ଓ ଶ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ସମୟରେ ଶ୍ରୀ ଜୟଶଙ୍କର ସେଠାରେ ଉପସ୍ଥିତ ଥିଲେ।

ଶ୍ରୀ ସିଂହ କହିଛନ୍ତି, ପାକିସ୍ତାନ ସହ ଯେତେବେଳେ କଥାବାର୍ତ୍ତା କରାଯିବ, କେବଳ କାଶ୍ମୀର ପ୍ରସଙ୍ଗ ନୁହେଁ, ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରସଙ୍ଗ ମଧ୍ୟ ଏଥିରେ ସ୍ଥାନ ପାଇବ । ସେ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ଅଂଶଗ୍ରହଣକୁ ଅନୁମତି ଦେବା ଜାତୀୟ ଗୌରବର ଲଙ୍ଘନ କରିବ। ତେବେ କଂଗ୍ରେସ ନେତୃତ୍ୱରେ ବିରୋଧି ଦଳମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ପୂର୍ବରୁ ଗୃହ ପରିତ୍ୟାଗ କରି ଚାଲିଯାଇଥିଲେ । ପ୍ରଶ୍ନକାଳ ସମୟରେ ଲୋକସଭାରେ ବିରୋଧି ଦଳ ସଦସ୍ୟ ମାନଙ୍କଦ୍ୱାରା ପ୍ରବଳ ପାଟିତୁଣ୍ଡ ହୋଇଥିଲା ଓ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିବୃତ୍ତି ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.