ମୋଦିଙ୍କ ନେତୃତ୍ୱ ଓ ନୀତି ଆଦର୍ଶ ଉପରେ କେହି ବି ସନ୍ଦେହ କରିବା ଅନୁଚିତ ; ରାମଦେବ
1 min read
ଆଓରି-ନୂଆଦିଲ୍ଲୀ(୧୪/୧୨) : ପାଞ୍ଚୋଟି ରାଜ୍ୟରେ ବିଜେପିର ପରାଜୟ ପରେ ମୋଦିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି ବାବା ରାମଦେବ । ଯୋଗଗୁରୁ ରାମଦେବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ତାଙ୍କ ନିତୀ ଉପରେ କେହି ସନ୍ଦେହ ପ୍ରକଟ କରିପାରିବେ ନାହିଁ । ତିନୋଟି ଯାକ ହିନ୍ଦି ଭାଷୀ ରାଜ୍ୟରେ ବିଜେପିର ପରାଜୟ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହା ସହ ପ୍ରେସ୍ମିଟ୍ରେ ରାମଦେବ କହିଛନ୍ତି, ମୋଦି ଜୀ କେବେ ବ ଭୋଟ୍ ବ୍ୟାଙ୍କ ପାଇଁ ରାଜନୀତି କରନ୍ତି ନାହିଁ ।
କିନ୍ତୁ ସେ କହିଛନ୍ତି ଯେ, ମୋଦିଙ୍କ ନେତୃତ୍ୱ ଓ ନୀତି ଆଦର୍ଶ ଉପରେ କେହି ବି ପ୍ରଶ୍ନ କରିବା ବା ସନ୍ଦେହ କରିପାରିବେ ନାହିଁ । ସେ ଦେଶ ଗଠନ ପାଇଁ ୧୦୦ରୁ ଅଧିକ ପ୍ରକାର ଜନହିତ ଯୋଜନା କରିଛନ୍ତି । କିନ୍ତୁ ସେ କେବେ ବି ଭୋଟ ବ୍ୟାଙ୍କ ରାଜନୀତି କରିନାହାନ୍ତି । ତେବେ ଏନ୍ଡିଏ ଶାସନ କାଳ ସମୟରେ ଦେଶରୁ କଳାଧନ ସଫା ହୋଇଗଲା କି ପ୍ରଶ୍ନରେ ରାମଦେବ କହିଛନ୍ତି, ବିମୁଦ୍ରୀକରଣ ସମୟରେ ସବୁ ଧନ ସମାନ ଭାବରେ ବାଣ୍ଟି ହୋଇଯାଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଯେ, ଏହି ଧନକୁ କିଭଳି ବ୍ୟବହାର କରାଯିବା ଉଚିତ୍ । ଏହାକୁ କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉପଯୋଗୀ କରିବା ଉଚିତ୍ ।