ଗତ ୨୪ଦିନ ରେ ଜାମ୍ମୁ କାଶ୍ମୀରରେ କୌଣସି ଏକ ବ୍ୟକ୍ତିର ଜୀବନ ଯାଇ ନାହିଁ ; ସତ୍ୟପାଳ ମଲିକ୍
1 min read
ଆଓରି-ନୂଆଦିଲ୍ଲୀ(୨୮/୦୮) : ଜମ୍ମୁ କାଶ୍ମୀରରେ ୩୭୦ ଧାରା ଉଠିବା ପରେ ପ୍ରଥମ ଥର ପାଇଁ ପ୍ରେସ୍ ମିଟ୍ କରିଛନ୍ତି ରାଜ୍ୟପାଳ ସତ୍ୟପାଳ ମଲିକ୍ । ସେ ଏହି ପ୍ରସ୍ ମିଟ୍ ରେ କହିଛନ୍ତି ଯେ, ଗତ ୨୪ଦିନ ରେ ଜାମ୍ମୁ କାଶ୍ମୀରରେ କୌଣସି ଏକ ବ୍ୟକ୍ତିର ଜୀବନ ଯାଇ ନାହିଁ । ଯାହା ଆମ ପାଇଁ ଏକ ଉପଲବ୍ଧି । ଶ୍ରୀନଗରରେ ଏକ ପ୍ରେସ୍ କନଫରେନ୍ସରେ ରାଜ୍ୟପାଳ ସତ୍ୟପାଳ କହିଛନ୍ତି ଯେ, ଆମର ମୁଖ୍ୟ ଫୋକସ ଥିଲା ଜମ୍ମୁ କାଶ୍ମୀରର କାନୁନ୍ ବ୍ୟବସ୍ଥା । ଆଉ ଏହି କାନୁନ୍ ବ୍ୟବସ୍ଥାରେ ଆମେ ସଫଳ ହୋଇଛୁ । ଆମ ପାଇଁ ପ୍ରତ୍ୟେକ କାଶ୍ମୀରଙ୍କ ଜୀବନ ମୂଲ୍ୟବାନ୍ । ଆମେ ଗୋଟିଏ ବି ଜୀବନ ହରାଇବାକୁ ଦବୁ ନାହୁଁ । ତେଣୁ କୌଣସି ନାଗରୀକର ଜୀବନ ଯାଇ ନାହିଁ । କିଛି ଲୋକ ହିଂସ୍ରୁକ ହେବାକୁ ଚେଷ୍ଟା କରୁଥିଲେ ଆଉ ସେମାନଙ୍କ ଶରୀରରେ ଟିକେ ଆଘାତ ଲାଗିଛି ।
ସେହିପରି ସତ୍ୟପାଳ ରାଜ୍ୟର ଇଣ୍ଟରନେଟ୍ ବ୍ୟବସ୍ଥା ଉପରେ କହିଛନ୍ତି ଯେ, ଆତଙ୍କବାଦୀ ଓ ପାକିସ୍ତାନ ପାଇଁ ଏହା ଏକ ବଡ ଅସ୍ତ୍ର ହୋଇଯାଥିଲା । ତେବେ ରାଜ୍ୟରେ ଏବେ ପରିସ୍ଥିତି ସ୍ୱାଭାବିକ ହୋଇସାରିଛି । ତେଣୁ କିଛି ଅଞ୍ଚଳରେ ମୋବାଇଲ୍ ଫୋନ୍ ସେବା ଚାଲୁ ହେବାକୁ ଯାଉଛି । ବହୁତ ଶିଘ୍ର ଆଉ କିଛି ଜିଲ୍ଲାରେ ମୋବାଇଲ୍ ସେବା ଚାଲୁ ହେବ । ଏଥିସହ ରାଜ୍ୟପାଳ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ପ୍ରଶାସନରେ ଯୁବକମାନଙ୍କ ପାଇଁ ୫୦,ହଜାର ଚାକିରୀର ବ୍ୟବସ୍ଥା କରାଯାଉଛି । ଏହି ଚାକିରୀରି ପାଇଁ ଯୁକବମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବାକୁ ପଡିବ ଯାହାର ନିଯୁକ୍ତି ୨/୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେଠାକାର ଯୁବକମାନଙ୍କୁ ପ୍ରେସ୍ କନଫରେନ୍ସ ମାଧ୍ୟମରେ ଜଣାଇଛନ୍ତି ।