ସି-ଭୋଟର ପକ୍ଷରୁ ସର୍ଭେ ; କେନ୍ଦ୍ରରେ ପୁନର୍ବାର ସରକାର ଗଠନ କରିବ ଏନ୍ଡିଏ
1 min read
ଆଓରି-ନୂଆଦିଲ୍ଲୀ(୧୧/୦୩) : ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବ ଏନ୍ଡିଏ । ଏନେଇ ସି-ଭୋଟର ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । କେନ୍ଦ୍ରରେ ଥିବା ମୋଦି ସରକାର ବିରୋଧରେ ସାରା ଦେଶରେ ବିରୋଧୀମାନେ ଏକାଠି ହୋଇଥିଲେ ମଧ୍ୟ ତାଙ୍କ ଯୋଜନା ସଫଳ ହେବ ନାହିଁ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସି-ଭୋଟର ପକ୍ଷରୁ ନିକଟରେ କରାଯାଇଥିବା ସର୍ଭେ ଅନୁସାରେ ଏନ୍ଡିଏ ସାଧାରଣ ନିର୍ବାଚନରେ ବହୁମତ ଠାରୁ କିଛି ଦୂରରେ ରହିବ । କିନ୍ତୁ ନିର୍ବାଚନ ପରେ ସହଯୋଗୀ ଦଳ ସହ ମେଣ୍ଟ କରି ନିର୍ଦ୍ୱନ୍ଦ୍ୱରେ ସରକାର ଗଢ଼ିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।
ସି-ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ, ଉତ୍ତର ପ୍ରଦେଶକୁ ନେଇ ଆକଳନ କରାଯାଇଥିବା ଚିତ୍ର ଲୋକସଭାରେ ପ୍ରତିଫଳିତ ହେବ । ଯେଉଁ ସମୟରେ ମୋଦି ସରକାର ପାକିସ୍ତାନରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ ସେହି ସମୟରେ ଏହି ସର୍ଭେ କରାଯାଇଥିଲା । ଆତଙ୍କବାଦୀଙ୍କୁ ମୁହଁ ତୋଡ଼ ଜବାବ ଦେଇଥିବାରୁ ଏବେ ସାରା ଦେଶରେ ମୋଦି ଲହର ଖେଳି ଯାଇଛି । ମୋଦିଙ୍କ ଲୋକ ପ୍ରିୟତା ଏବେ ଶୀର୍ଷରେ ରହିଛି ।
ବିଜେପିର ଆଶା ରଖିଛି ଯେ, ଏହି ମୋଦି ଲହରରେ ବିରୋଧୀ ଚିତ୍ପଟାଙ୍ଗ ମାରିବେ । ସର୍ଭେରେ ଏହା ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ଦୌଡ଼ରେ ବହୁତ ଆଗରେ ରହିଛନ୍ତି । ରିପୋର୍ଟ ଅନୁଯାୟୀ ଏନଡିଏକୁ ଆଗାମୀ ଲୋକସଭା ନିର୍ବାଚନରେ ୨୬୪ ଆସନ ଓ ୟୁପିଏକୁ ୧୪୧ ଆସନ ମିଳିବା ସମ୍ଭବନା ରହିଛି । ଏହା ବ୍ୟତୀତ ଅନ୍ୟ ଦଳକୁ ୧୩୮ ଆସନ ମିଳିବାର ସମ୍ଭାବନା ରହିଛି । ଯଦି ଉତ୍ତର ପ୍ରଦେଶରେ ମହାମେଣ୍ଟ ନହୁଏ, ତେବେ ଏନଡିଏକୁ ୩୦୭ ଆସନ ମିଳିବାର ସମ୍ଭାବନା ରହିଛି । ୟୁପିଏକୁ ୧୩୯ ଏବଂ ଅନ୍ୟ ଦଳକୁ ୯୭ ଆସନ ମିଳିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଯଦି ଏନ୍ଡିଏ ୱାଇଏସ୍ଆର କଂଗ୍ରେସ, ମିଜୋ ନ୍ୟାସନାଲ ଫ୍ରଣ୍ଟ, ବିଜେପି ଏବଂ ଟିଆରଏସ୍ ସହିତ ନିର୍ବାଚନ ପରେ ଏନ୍ଡିଏ ମେଣ୍ଟ କରେ ତେବେ ଏନ୍ଡିଏ ପାଖରେ ୩୦୧ ସିଟ୍ ରହିବ ।