May 29, 2023

ପୁଲିସର ସୂଚନାଦାତା ସନ୍ଦେହରେ ହତ୍ୟା କଲେ ନକ୍ସଲ

1 min read
Aajira-Odisha

ଆଓରି-ଭୁବନେଶ୍ଵର(୨୪/୧୦) : ପୁଲିସର ସୂଚନାଦାତା ବୋଲି ସନ୍ଦେହ କରି ମଙ୍ଗଳବାର ରାତିରେ ସଶସ୍ତ୍ର ନକ୍ସଲବାଦୀମାନେ ମାଥିଲି ବ୍ଲକ୍‌ ଅଞ୍ଚଳର ସାଲିନି ପଞ୍ଚାୟତ ଅନ୍ତର୍ଗତ ବୁରୁବେଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କୁ ହତ୍ୟା କରିଛନ୍ତି।

ରାତି ପ୍ରାୟ ୧୧.୩୦ ସମୟରେ ପ୍ରାୟ ୨୦/୨୫ ଜଣ ନକ୍ସଲ୍‌ବାଦୀ ବୁରୁବେଡ଼ା ଗ୍ରାମରେ ପହଞ୍ଚିବା ପରେ ଅନନ୍ତରାମଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ତାଙ୍କୁ ପୁଲିସ ସୂଚନାଦାତା କହି ସେମାନେ ବହେ ମାରଧର କରିଥିଲେ। ତା’ପରେ ସେମାନେ ରାତାରାତି ଅନନ୍ତଙ୍କୁ ବୁରୁବେଡ଼ା ଗାଁ’ ପ୍ରାୟ ଠାରୁ ୧୦/୧୫ କିଲୋମିଟର ଦୂରରେ ଅବସ୍ଥିତ ଧାକଡ଼ରାଶି ନିକଟକୁ ନେଇ ସେଠାରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲି ଯାଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.