August 17, 2022

ଭୋଟ ଆଳରେ ସୁରଟ ଗ୍ରସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ; ଧର୍ମେନ୍ଦ୍ର ପ୍ରଧାନ

1 min read

 ଆଓରି-ଭୁବନେଶ୍ଵର(୧୬/୧୨) : ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଲେ ମୁଖ୍ୟମନ୍ତ୍ରୀଙ୍କୁ ୧୯ ବର୍ଷ ମଧ୍ୟରେ ସୁରଟ କଥା ମନେପଡ଼ିଲା ନାହିଁ । ଏବେ ନିର୍ବାଚନ ପାଖେଇ ଆସିବାରୁ ମୁଖ୍ୟମନ୍ତ୍ରୀ ସୁରଟ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ଏନେଇ ଧର୍ମେନ୍ଦ୍ର ଟ୍ୱିଟ୍‌ ମଧ୍ୟ କରିଛନ୍ତି । ଟ୍ୱିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ସମାଲୋଚନା କରିବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି ଧର୍ମେନ୍ଦ୍ର । କହିଲେ ମୋଦିଙ୍କ ଗୁଜରାଟ ମଡେଲକୁ ବାଛନ୍ତୁ ନବୀନ । ଏହା ସହ ଓଡ଼ିଶାରେ ଯୁବପିଢିଙ୍କ ରୋଜଗାର ସୃଷ୍ଟି ପାଇଁ କାହିଁକି ଠୋସ୍ ବ୍ୟବସ୍ଥା ହୋଇପାରି ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀ କେବଳ ଲୋକ ଦେଖାଣିଆ ଭେବେ ସୁରଟ ଯାଉଛନ୍ତି । ତାଙ୍କର ସୁରଟରେ ରହୁଥିବା ଓଡ଼ିଆଙ୍କ ପାଇଁ କିଛି ଆନ୍ତରିକତା ରହିଛି ନା କେବଳ ଭୋଟ ପାଇଁ ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସୁରଟରେ ଜୀବିକା ପାଇଁ ରହୁଥିବା ଓଡ଼ିଆଙ୍କ ମଧ୍ୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ୧୨ ଲକ୍ଷ ଲୋକ ରହିଛନ୍ତି ବୋଲି ଧର୍ମେନ୍ଦ୍ର ନିଜ ଟ୍ୱିଟ୍‌ରେ କହିଛନ୍ତି । ଏହା ସହ ଆୟୁସ୍ମାନ ଭାରତ ଯୋଜନା ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆୟୁସ୍ମାନ ଯୋଜନା ଲାଗୁ କରିବେ ତେବେ ରାଜ୍ୟ ବାହାରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ଜନିତ କୌଣସି ଅସୁବିଧା ହେଲେ ତାଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସାହାଯ୍ୟ ମିଳିପାରିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.