ମୋଦି 2.0ରେ ବଦଳିଗଲା ଲୋକସଭାର ଦୃଶ୍ୟ: ପ୍ରଥମେ ମୋଦି, ରାଜନାଥ ଓ ପରେ ଶାହ
1 min read
ଆଓରି-ନୂଆଦିଲ୍ଲୀ(୧୭/୦୬): ମୋଦି ସରକାର 2.0ର ପ୍ରଥମ ଲୋକସଭା ଅଧିବେଶନ ଆରମ୍ଭ ହୋଇଯାଇଛି । 40 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ, ନବ ନିର୍ବାଚିତ ସାଂସଦଙ୍କ ଶପଥ ପାଠରୁ ଆରମ୍ଭ ହୋଇଯାଇଛି । ଏଣିକି ସମସ୍ତଙ୍କ ନଜର ଗୋଟିଏ ବିଷୟ ଉପରେ ଥିଲା ଯେ, ଗୃହରେ କିଏ କେଉଁ ସ୍ଥାନରେ ବସିବ ? କାରଣ କ୍ୟାବିନେଟ୍ ଗଠନ ସହ ସରକାରରେ 2 ନମ୍ୱର ସ୍ଥାନରେ କିଏ? ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଆଜି ଏନେଇ ଚିତ୍ର ସ୍ପଷ୍ଟ ହୋଇଯାଇଛି ।
ପ୍ରକାଶ ଯେ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ବିଜେପିର ଉପନେତା ଅଟନ୍ତି । ମୋଦି ଗୃହର ନେତା ହେଲେ, ଏବଂ ରାଜନାଥ ସିଂହଙ୍କ ନମ୍ୱର ଗୃହରେ ଦ୍ୱିତୀୟ ନମ୍ୱର । ଏଣୁ ମୋଦିଙ୍କ ଠିକ୍ ପାଖରେ ବସିଲେ ରାଜନାଥ । ଏଠାରେ କହି ରଖୁଛୁ ଯେ, ଯେତେବେଳେ ଗୃହମନ୍ତ୍ରାଳୟ ଦାୟିତ୍ୱରୁ ବାହାର କରାଯାଇ ରାଜନାଥଙ୍କୁ ରକ୍ଷା ମନ୍ତ୍ରାଳୟ ଦାୟିତ୍ୱ ମିଳିଲା । ସେତେବେଳେ ରାଜନାଥ ସିଂହଙ୍କ ନମ୍ୱର 3କୁ ଆସିଯିବା ନେଇ ଚର୍ଚ୍ଚା ଜୋର ଧରିଥିଲେ । ତେବେ ଆଜି ସମସ୍ତ କଳ୍ପନାଜଳ୍ପନା ଶେଷ ହୋଇଛି । ରାଜନାଥ ହିଁ ମୋଦିଙ୍କ ପରେ ପାର୍ଟିରେ 2 ନମ୍ୱରରେ ରହିଥିବା ସ୍ପଷ୍ଟ ହଇଛି ।
ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହ ରାଜନାଥଙ୍କ ପାର୍ଶ୍ୱରେ ବସିବେ । ପୂର୍ବରୁ ସେହି ସ୍ଥାନରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ବସୁଥିଲେ । ଶାହଙ୍କ ପାର୍ଶ୍ୱରେ ଥାଓ୍ୱରଚନ୍ଦ ଗେହଲୋଟ୍ ବସିଛନ୍ତି । ଯେଉଁ ସ୍ଥାନରେ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ବସୁଥିଲେ ।
ପ୍ରକାଶ ଥାଉ କି, ମନ୍ତ୍ରୀପଦରେ ବରିଷ୍ଠତା ବା କେତେଥର ବିଜୟୀ ଗୃହକୁ ଚୟନ ହୋଇ ଆସିଛନ୍ତି, ସେହି ଆଧାରରେ ଗୃହରେ ବସିବାକୁ ସିଟ୍ ମିଳିଥାଏ ।