ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିବସ ପାଳିତ
1 min readଆଓରି-ନୂଆଦିଲ୍ଲୀ(୧୭/୯) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ଦେଶବାସୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଆଜି ଦେଶ ଭିତରୁ ଓ ବାହାରୁ ଶୁୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ- ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶର ସେଲିବ୍ରିଟି, ଖେଳାଳି, ରାଜନେତାଙ୍କ ଠାରୁ ଆରମ୍ଭ କରି ସମାଜର ସବୁ ସ୍ତରର ଓ ସବୁ ବର୍ଗର ଲୋକଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା ଆସିଥିବା ବେଳେ ବହୁ ବିଦେଶୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
୧୭ସେପ୍ଟେମ୍ବର ୧୯୫୦ରେ ମୋଦିଙ୍କ ଜନ୍ମ। ଏହାକୁ ଗଣନା କରି ମୋଦିଙ୍କ ଜନ୍ମାଙ୍କ ୮ ଓ ଭାଗ୍ୟାଙ୍କ ୫ବୋଲି ଜ୍ୟୋତିଷମାନେ କହିଛନ୍ତି। ଭାଗ୍ୟାଙ୍କ ୫ ହୋଇଥିବାରୁ ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ମୋଦିଙ୍କ ବୟସ ୬୫ବର୍ଷ ଥିଲା। ୨, ୫ ଓ ୮ ସଂଖ୍ୟା ମୋଦିଙ୍କ ପାଇଁ ସାକାରାତ୍ମକ। ୧୭ସେପ୍ଟେମ୍ବର ୨୦୧୮ରେ ମୋଦି ୬୯ବର୍ଷ ବୟସରେ ଅତିକ୍ରମ କରୁଛନ୍ତି। ଅର୍ଥାତ୍ ଚଳିତ ବର୍ଷରେ ମୋଦିଙ୍କ ମୂଳ ଅଙ୍କ ୬ ଅଟେ। ମୋଦୀଙ୍କ ଜନ୍ମାଙ୍କ ଅଙ୍କ ୮ ଅର୍ଥାତ୍ ଶନି ଓ ଭାଗ୍ୟାଙ୍କ ୫ ଅର୍ଥାତ୍ ବୁଧ ସହ ମିତ୍ରତା ରହିଛି।ଏହାକୁ ଦୃଷ୍ଟିରେ ରଖି ମୋଦିଙ୍କ ପାଇଁ ୬୯ବର୍ଷଟି ଶୁଭଙ୍କର ହେବ ବୋଲି ଜ୍ୟୋତିଷ ଶାସ୍ତ୍ରୀ ଆକଳନ କରିଛନ୍ତି।
ଅପରପକ୍ଷରେ ମୋଦୀଙ୍କ ମୂଳ ସଂଖ୍ୟା ୬ ତାଙ୍କ ଜନ୍ମ ସଂଖ୍ୟା ୨,୫ ଓ ୮ଠାରୁ ଭିନ୍ନ ହୋଇଥିବାରୁ ଏହି ବର୍ଷ ମୋଦିଙ୍କୁ ନାନା ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ୨୦୧୮ଟି ୨ସଂଖ୍ୟାରେ ଭାଗ ହେଉଥିବା ବେଳେ ୨୦୧୯ଟି ୩ରେ ଭାଗ ହେଉଛି। ଏଭଳି ପରିସ୍ଥିତିରେ ୨୦୧୯ ଅପେକ୍ଷା ୨୦୧୮ ଅଧିକ ଶୁଭପ୍ରଦ ବୋଲି ଜ୍ୟୋତିଷ ଶାସ୍ତ୍ରୀ ଦୃଢୋକ୍ତି କରିଛନ୍ତି।