May 29, 2023

୨୦୧୯ ଆଉ କେହି ନୁହେଁ , ବରଂ ନରେନ୍ଦ୍ର ମୋଦୀ ହେବେ ପୁନର୍ବାର ପ୍ରଧାନମନ୍ତ୍ରୀ ; ପ୍ରଶାନ୍ତ କିଶୋର

1 min read

ଆଓରି-ନୂଆଦିଲ୍ଲୀ(୧୨/୦୨) : ୨୦୧୯ ସାଧାରଣ ନିର୍ବାଚନରେ ଆଉ କେହି ନୁହେଁ; ବରଂ ନରେନ୍ଦ୍ର ମୋଦି ହିଁ ହେବେ ଆଉଥରେ ପ୍ରଧାନମନ୍ତ୍ରୀ। ଏବଂ ଦେଶରେ ପୁଣି ଚାଲିବ ମୋଦିଙ୍କ ଶାସନ। ଏ ପ୍ରକାର ଭବିଷ୍ୟବାଣୀ କରିଛନ୍ତି ଦେଶର ନିର୍ବାଚନୀ ରାଜନୀତିରେ ଶ୍ରେଷ୍ଠ ରଣନୀତିଜ୍ଞ ରୂପେ ବିବେଚିତ ହେଉଥିବା ପ୍ରଶାନ୍ତ କିଶୋର।

ପ୍ରଶାନ୍ତ କିଶୋର କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏ ବହୁମତ ପାଇ ଦେଶର କ୍ଷମତା ଅକ୍ତିଆର କରିବ। ଏବଂ ଏନ୍‌ଡିଏର ସର୍ବମାନ୍ୟ ନେତା ରୂପେ ନରେନ୍ଦ୍ର ମୋଦି ହିଁ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ଦେଶରେ ନିଜର ଶାସନ ଚଳାଇବେ । ୨୦୧୯ ନିର୍ବାଚନରେ ବିଜେପି ଓ ଶିବସେନା ପରେ ଜେଡିୟୁ ସବୁଠାରୁ ବଡ ପାର୍ଟି ଭାବେ ଉଭା ହେବ ବୋଲି ମଧ୍ୟ କହିଛନ୍ତି ପ୍ରଶାନ୍ତ କିଶୋର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟରେ ପ୍ରଶାନ୍ତ କିଶୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୨ରେ ଅନୁଷ୍ଠିତ ହୋଇଥିବା ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରଣନୀତିଜ୍ଞ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଅମିତ ଶାହଙ୍କ ସହ ମନମାଳିନ୍ୟ ଯୋଗୁଁ ପ୍ରଶାନ୍ତ କିଶୋର ବିଜେପି ସହ ନିଜର ସଂପର୍କ ଛିନ୍ନ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.