April 18, 2024

ମିଜୋରାମଠାରେ ଆୟୋଜିତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ନରେନ୍ଦ୍ର ମୋଦୀ

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୨୬/୧୧) : ଦେଶର ପ୍ରମୁଖ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମଠାରେ ଆୟୋଜିତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତବାସୀ କଂଗ୍ରେସର ପ୍ରାଥମିକତା ସମ୍ପର୍କରେ ବେଶ୍‍ ଭଲଭାବେ ଅବଗତ ହୋଇ ଯାଇଛନ୍ତି। କଂଗ୍ରେସ କେବଳ ବିଭାଜନ ଓ ଶାସନ ନୀତିରେ ବିଶ୍ୱାସ ରଖୁଥିବାରୁ କିଛି ରାଜ୍ୟରେ ସୀମିତ ହୋଇଯାଇଛି। ଅପରପକ୍ଷରେ ବିଜେପି କେବଳ ବିକାଶ ପାଇଁ କାର୍ଯ୍ୟ କରିବାରେ ବିଶ୍ୱାସ କରେ। ତେଣୁ “ସବକା ସାଥ, ସବକା ବିକାଶ’ ନାରା ନେଇ ବିଜେପି ଦେଶର ବିଭିନ୍ନ ପ୍ରାନ୍ତରରେ ଲୋକାଦୃତ ହେଉଛି। ମିଜୋରାମ ବିଧାନସଭା ନିର୍ବାଚନ ପ୍ରଚାର ସଭାରେ ବିଗତ କିଛି ମାସ ପୂର୍ବେ କଂଗ୍ରେସ ପୂର୍ବ ଭାରତୀୟଙ୍କ ପରିଧାନ ଓ ସେମାନଙ୍କ ପରମ୍ପରାକୁ ଅପମାନ କରିଥିବା ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କଂଗ୍ରେସର ବାସ୍ତବତା ଓ ଉଦ୍ଦେଶ୍ୟ ଜାଣି ରଖିବା ଉଚିତ ବୋଲି ପ୍ରକାଶ କରିଥିଲେ। କୌଣସି ଦେଶ, ଅଞ୍ଚଳ ତା’ର ପରମ୍ପରା, ନୀତି ଆଦର୍ଶକୁ ସାଙ୍ଗରେ ନେଇ ବିକାଶ କରିଥାଏ। ଦେଶର ପୂର୍ବଭାଗ ବିକଶିତ ହେଲେ ଦେଶ ବିକାଶ ହେବ ବୋଲି ନିର୍ବାଚନୀ ସଭାରେ ମନ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.