August 6, 2022

ଆଲୟ ୱୟାର ରଡ୍‌ ୟୁନିଟ୍‌ ସ୍ଥାପନ କରିବ ନାଲକୋ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୦/୮) : ରାଷ୍ଟ୍ରାୟତ୍ତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଓଡିଶାରେ ଏକ ଆଲୟ ୱୟାର ରଡ୍‌ ୟୁନିଟ୍‌ ସ୍ଥାପନ କରିବ। ଉକ୍ତ ୟୁନିଟ ଅନୁଗୋଳ ସ୍ଥିତ ସ୍ମେଲଟର ପ୍ଲାଣ୍ଟରେ କାର୍ଯ୍ୟକ୍ଷମ ହେବ। ବିଦ୍ୟୁତ ସଞ୍ଚାଳନ କ୍ଷେତ୍ରରେ ଆଲୁମିନିୟମ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ଏକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ପ୍ରସ୍ତାବିତ ପ୍ରକଳ୍ପରେ ୧୩୧ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଉକ୍ତ ୟୁନିଟର କ୍ଷମତା ଆଲୟ ଗ୍ରେଡରେ ୪୦ ହଜାର ଟପିୱାଇ ଏବଂ ଇସି ଗ୍ରେଡରେ ୬୦,୦୦୦ ଟପିୱାଇ ରହିବ। ଗୁରୁବାର ଆନୁଷ୍ଠାନିକ ଭାବେ କମ୍ପାନୀର ଭୁବନେଶ୍ୱରସ୍ଥ କର୍ପୋରେଟ କାର୍ଯ୍ୟାଳୟରେ ଉକ୍ତ ୟୁନିଟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ଖଣି ସଚିବ ଅନିଲ ମୋକିମ ଏବଂ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଭିଡିଓ କନଫରେନ୍ସି ଯୋଗେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ୨୦୧୯ ସୁଦ୍ଧା ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଦ୍ୱାରା ଶକ୍ତି ସଞ୍ଚାଳନ କ୍ଷେତ୍ର ବିଶେଷ ଭାବେ ଲାଭବାନ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ନାଲ୍‌କୋର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଅଣ ଲୌହ କ୍ଷେତ୍ରରେ ନାଲ୍‌କୋ ଦେଶ ପାଇଁ ଗର୍ବ ବୋଲି ମୋକିମ୍‌ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଚାନ୍ଦ ନାଲକୋର ସଫଳତା ସମ୍ପର୍କରେ ସୂଚନା ଦେବା ସହ ଉକ୍ତ ୟୁନିଟ ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।aa

Leave a Reply

Your email address will not be published.

Copyright © All rights reserved. | Newsphere by AF themes.