ସୁପରଓଭରରେ ସନରାଇଜର୍ସକୁ ହରାଇଲା ମୁମ୍ବଇ ଇଣ୍ଡିଆନ୍ସ
1 min read
ଆଓରି-ନୂଆଦିଲ୍ଲୀ(୦୩/୦୫) : ଆଇପିଏଲରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଶ ରୋଚକ ହୋଇଛି। ମ୍ୟାଚର ପ୍ରଥମ ଇନିଂସରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି ୧୬୩ ରନ କରିଥିଲା। ଏହି ବିଜୟ ଲକ୍ଷ୍ୟ ନେଇ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୬ଟି ୱିକେଟ ହରାଇ ୧୬୨ ରନ କରିଥିଲା। ଫଳରେ ମ୍ୟାଚରେ ସୁପରଓଭର ଖେଳାଯାଇଥିଲା। ସୁପରଓଭରରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୮ରନ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି ମାତ୍ର ୩ଟି ବଲରେ ୯ରନ କରି ବିଜୟଲାଭ କରିଥିଲା।
ପୂର୍ବରୁ ସନରାଇଜର୍ସର ମନିଷ ପାଣ୍ଡେ ଅପରାଜିତ ରହି ୪୭ଟି ବଲରେ ୭୧ ରନ କରିଥିଲେ। ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବଇ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମୁମ୍ବଇ ୨୦ ଓଭରରେ ୫ ୱିକେଟ ହରାଇ ୧୬୨ରନ କରିଥିଲା।