ଦୁଇ ମାସ କ୍ରିକେଟ୍ ରୁ ଦୁରେଇ ରହି ସେନାଙ୍କ ସହ ସମୟ ଅତିବାହିତ କରିବେ ମହେନ୍ଦ୍ର ସିଂହ ଧୋନୀ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୭) : ମହେନ୍ଦ୍ର ସିହଂ ଧୋନିଙ୍କ କ୍ରିକେଟରୁ ସନ୍ୟାସ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏପଟେ ଧୋନି କହିଛନ୍ତି ଯେ, ସେ ଦୁଇ ମାସ କ୍ରିକେଟ୍ ରୁ ଦୁରେଇ ରହି ସେନାଙ୍କ ସହ ସମୟ ଅତିବାହିତ କରିବେ । ୱେଷ୍ଟଇଣ୍ଡିଜ ଗସ୍ତକୁ ନେଇ ହେଉଥିବା ବିଭିନ୍ନ ଆଲୋଚନା ଉପରେ ବିରାମ ଲଗାଇଛନ୍ତି । ୩୮ ବର୍ଷିୟ ଧୋନୀ ବିସିସିଆଇକୁ ଆସନ୍ତା ୨ମାସ ଯାଏଁ କୌଣସୀ ଇଭେଂଟ ଖେଳିବେ ନାହିଁ ବୋଲି କହିଛନ୍ତି ।
aaସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ । ତେବେ ଏହି ୨ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି ।ଏଥିରୁ ସ୍ପଷ୍ଟ ଯେ ଧୋନୀ କାରବିଆନ ଗସ୍ତରେ ଯାଉନାହାନ୍ତି । ଯାହା ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି । ଭାରତ ଏହି ଗସ୍ତରେ ଟେଷ୍ଟ ସହ ଟି୨୦ ଓ ଦିନିକିଆ ସିରିଜ ମଧ୍ୟ ଖେଳିବ । ଏଥିପାଇଁ ଆସନ୍ତାକାଲି ଦଳର ଚୟନ କରାଯିବ । ଧୋନୀ କିନ୍ତୁ ସନ୍ୟାସ ନେବା ବାବଦରେ କିଛି କହିନାହାନ୍ତି । କିନ୍ତୁ ସେ ୨ମାସ କ୍ରିକେଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।