March 28, 2023

ସର୍ଭେ ରିପୋର୍ଟରେ ପ୍ରକାଶ ; ଲୋକପ୍ରିୟତାରେ ସବୁଠାରୁ ଆଗରେ ନରେନ୍ଦ୍ର ମୋଦି

1 min read

ଆଓରି-ନୂଆଦିଲ୍ଲୀ(୦୩/୦୪) : ଲୋକପ୍ରିୟତାରେ ସବୁଠାରୁ ଆଗରେ ମୋଦି । ସମସ୍ତଙ୍କୁ ପଛରେ ପକାଇ ମୋଦି ତାଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚାଇ ପାରିଛି ।  ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଲୋକପ୍ରିୟତାରେ ସବୁଠୁ ଆଗରେ ରହିଛନ୍ତି । ଚାଷୀଙ୍କ ପ୍ରଥମ ପସନ୍ଦ ମୋଦି, ମହିଳାଙ୍କ ପ୍ରଥମ ପସନ୍ଦ ମୋଦି, ଚାକିରିଆଙ୍କ ପ୍ରଥମ ପସନ୍ଦ ମୋଦି । ସି-ଭୋଟର ଓ ଆଇଏଏନଏସ ବିଭିନ୍ନ ବର୍ଗକୁ ନେଇ କରିଥିବା ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ତେବେ ଦେଶର ଗୃହିଣୀଙ୍କ କ୍ଷେତ୍ରରେ ରାହୁଲଙ୍କ ଲୋକପ୍ରିୟତା ପୂର୍ବ ଅପେକ୍ଷା ବଢ଼ିଛି କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷରେ ରହିଛନ୍ତି। ସି-ଭୋଟର ଆଇଏଏନସ ପୋଲ ଟ୍ରାକର ରିପୋର୍ଟ ଅନୁଯାୟୀ ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରେ ୬୩.୬ପ୍ରତିଶତ ବେକାରୀ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିବାବେଳେ ୨୬ ପ୍ରତିଶତ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି ।

ସେହିପରି ଶ୍ରମିକମାନଙ୍କ ବର୍ଗରେ ରାହୁଲ ପ୍ରଧାନମନ୍ତ୍ରୀ ଭାବରେ ୩୫ ପ୍ରତିଶତ ପସନ୍ଦଯୋଗ୍ୟ ହୋଇଥିବାବେଳେ ମୋଦି ୪୮.୯ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ରହିଥିବା ସୂଚନା ରହିଛି। ତେବେ ମୋଦିଙ୍କ ଲୋକପ୍ରିୟତା ମୋଦିଙ୍କୁ ସର୍ବଦା ଶ୍ରେଷ୍ଠରେ ପହଞ୍ଚାଇଥାଏ । ଆଗାମୀ ନିର୍ବାଚନରେ ଏହି ସର୍ଭେ ନିହାତି ଭାବରେ ସବୁ ଦଳ ଉପରେ କିଛିଟା ପ୍ରଭାବ ପଡିବ । ତେବେ ସବୁ ଦଳ ନିଜର ପ୍ରାର୍ଥୀଙ୍କୁ ନେଇ କିଭଳି ନିର୍ବାଚନ ଅକ୍ତିଆର କରିବେ ସେନେଇ ଖୁବ ଉତ୍ସାହ ଅଛନ୍ତି ।

ସେହପରି ୪୩.୩ ପ୍ରତିଶତ ଗୃହିଣୀ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ଚାହୁଁଥିବାବେଳେ ରାହୁଲଙ୍କ ପ୍ରତି ସେମାନଙ୍କର ୩୭.୨ ସମର୍ଥନ ରହିଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ପୂର୍ବରୁ ହୋଇଥିବା ସମସ୍ତ ସର୍ଭେ ତୁଳନାରେ ଗୃହିଣୀ ବର୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାରେ ସକ୍ଷମ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ସରକାରୀ ଚାକିରିଆଙ୍କ ବର୍ଗରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ୬୧.୧ ପ୍ରତିଶତ ଲୋକ ପସନ୍ଦ କରିଥିବାବେଳେ ରାହୁଲ ଗାନ୍ଧିଙ୍କୁ ୨୬ ପ୍ରତିଶତ ପସନ୍ଦ କରୁଥିବା ଜଣାପଡ଼ିଛି।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.