ଭାନୁ ପ୍ରକାଶ ରଥଙ୍କ ନେତୃତ୍ୱରେ ଭାଜପାରେ ଯୋଗଦେଲେ କଳାହାଣ୍ଡିର ଶତାଧିକ ଯୁବକ
1 min read
ଆଓରି-ଭୁବନେଶ୍ଵର(୨୬/୧୦) : ଆଇନଜୀବୀ ତଥା ସମାଜସେବୀ ଭାନୁ ପ୍ରକାଶ ରଥଙ୍କ ନେତୃତ୍ୱରେ ଶତାଧିକ ଯୁବକ ଗୁରୁବାର ଭାଜପାରେ ଯୋଗଦେଇଛନ୍ତି। ଶ୍ରୀ ରଥଙ୍କ ସହ ଆଇନଜୀବୀ ସଞ୍ଜୀବ କୁମାର ସିଂହ, ଆଇନଜୀବୀ ନରେନ୍ଦ୍ର ଦାସ, ସମାଜସେବୀ ପ୍ରଦୀପ କୁମାର ସିଂହ, ରୋମାଞ୍ଚଳ ଯୋଷୀ ପ୍ରମୁଖ ଅନେକ ଯୁବକ ଯୋଗଦାନ କରିଥିଲେ। ରଥ ତାଙ୍କ ଅବିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବଭାରତ ନିର୍ମାଣ ସ୍ଵପ୍ନ ଏବଂ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ କଳାହାଣ୍ଡି ଜିଲାରେ ଭାଜପାସ୍ଥିତିକୁ ଆହୁରି ମଜଭୁତ କରିବାପାଇଁ ପ୍ରକାଶ କରିଥିଲେ। ଏହି ମିଶ୍ରଣ ପର୍ବ ଅବସରରେ କଳାହାଣ୍ଡିର ରଣବାଦ୍ୟ ଘୁମୁରାର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରା ମା’ ମାଣିକେଶ୍ୱରୀ ମନ୍ଦିରଠାରୁ ବାହାରି ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚିିଥିଲେ। ଉକ୍ତ ମିଶ୍ରଣ ପର୍ବରେ ରାଜ୍ୟ ଭାଜପା ସଭାପତି ବସନ୍ତ କୁମାର ପଣ୍ଡା, କଳାହାଣ୍ଡି ଜିଲା ପ୍ରଭାରୀ ତଥା ରାଜ୍ୟ ଉପସଭାପତି ଅଶ୍ୱିନ ଷଡଙ୍ଗୀ, କଳାହାଣ୍ଡି ଜିଲା ସଭାପତି ପ୍ରଦୀପ୍ତ ନାଏକ, ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।