ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ ଗାର୍ଡେନ
1 min readଆଓରି-ନୂଆଦିଲ୍ଲୀ(୦୬/୦୨) : ରାଷ୍ଟ୍ରପତି ଭବନରେ ଥିବା ପ୍ରସିଦ୍ଧ ମୋଗଲ ଗାର୍ଡେନ ବୁଧବାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଗଲ ଗାର୍ଡେନର ବାର୍ଷିକୋତ୍ସବକୁ ଉଦଘାଟନ କରିଛନ୍ତି। ସାଧାରଣ ଜନତାଙ୍କ ପାଇଁ ଫେବୃଆରୀ ୬ରୁ ମାର୍ଚ୍ଚ ୧୦ପର୍ଯ୍ୟନ୍ତ ଏହା ଖୋଲାରହିବ। ଏଥର ମୋଗଲ ଗାର୍ଡେନ ମାସକ ଭିତରେ ୪ ଦିନ ଖୋଲା ରହିବ। ଏହି ଉଦ୍ୟାନରେ ସାଧାରଣ ଜନତା ୭୦ପ୍ରକାର ଫୁଲ ଦେଖିବାକୁ ପାଇବେ। ପତ୍ନୀଙ୍କ ସହ ବିଶ୍ୱର ସବୁଠୁ ସୁନ୍ଦର ଗୋଲାପ ବଗିଚା ମଧ୍ୟରେ ଅନ୍ୟତମ ମୋଗଲ ଗାର୍ଡେନ ପ୍ରାକୃତିକ ଶୋଭାକୁ ବୁଲି ଦେଖିଥିଲେ ରାଷ୍ଟ୍ରପତି। ତେବେ ଏହି ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହାପରେ ମାର୍ଚ୍ଚ ୧୧ରେ ପୋଲିସକର୍ମୀ, ଯବାନ, ଦିବ୍ୟାଙ୍ଗ ଓ କୃଷକ ମାନଙ୍କ ପାଇଁ ଏହି ଉଦ୍ୟାନ ଖୋଲାରହିବ। ଚଳିତଥର ୩୫ ନମ୍ବର ଗେଟ ମାଧ୍ୟମରେ ଉଦ୍ୟାନ ଭିତରକୁ ପ୍ରବେଶ କରିବା ନେଇ ବ୍ୟବସ୍ଥା କରାଯାଇଛି।