March 22, 2023

ମୋଦୀ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଜରୁରୀ ଆବଶ୍ୟକ ; କଲ୍ୟାଣ ସିଂହ

1 min read
Kalyan-Singh-Aajira-Odisha

ଆଓରି-ନୂଆଦିଲ୍ଲୀ(୨୬/୦୩) : ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ରହିବା ସତ୍ତ୍ୱେ ବିଜେପି ସପକ୍ଷରେ ପ୍ରଚାର କରିଛନ୍ତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ। ସୋମବାର ଶ୍ରୀ ସିଂହ କହିଛନ୍ତି ଯେ ‘ଆମେ ସମସ୍ତେ ବିଜେପି କର୍ମୀ। ଆମେ ଚାହୁଁ ବିଜେପି ଆଗାମୀ ନିର୍ବାଚନରେ ବିଜୟୀ ହେଉ ଓ ନରେନ୍ଦ୍ର ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ମୋଦୀ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଜରୁରୀ ଆବଶ୍ୟକ।’ କଲ୍ୟାଣ ସିଂହ ୧୯୯୧ରୁ ୧୯୯୨ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୯ରେ ସେ ମଧ୍ୟପ୍ରଦେଶରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.