March 24, 2023

ଜୁଲାଇ ୮ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

1 min read

ଆଓରି-ଭୁବନେଶ୍ଵର(୧୩/୦୬) : ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ରାମାଶିଷ ହାଜରା ଗୁରୁବାର ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ଚଳିତ ବର୍ଷ ମେ ୨୧ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ୍ ୫ ଲକ୍ଷ ୬୨ ହଜାର ୨୧୩ଜଣ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଓ ୧ ଲକ୍ଷ ୯୧ ହଜାର ୬୫୫ଜଣ ଛାତ୍ର ରହିଛନ୍ତି। ସେହିପରି ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଥିଲା। ଅପରପକ୍ଷରେ ୮୨ଟି ବିଦ୍ୟାଳୟରେ ଫଳାଫଳ ଶୂନ ରହିଥିଲା। ଚଳିତ ବର୍ଷ ପାସ୍ ହାର ୭୦.୭୮ ପ୍ରତିଶତ ଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.