March 20, 2023

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

1 min read

ଆଓରି-ଭୁବନେଶ୍ଵର(୦୮/୦୭) : ସୋମବାର ସକାଳ ୯ଟାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୧୨୨ଟି କେନ୍ଦ୍ରରେ ମୋଟ ୨୭ ହଜାର ୬୧୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। କେନ୍ଦ୍ର ମଧ୍ୟରେ ମୋବାଇଲ ବ୍ୟବହାର ଉପରେ କଟକଣା ରହିଛି। ଆଜିଠୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି।

ଆସନ୍ତା ୧୪ ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୬ ତାରିଖରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶେଷ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ତେବେ କପି ରୋକିବା ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ  ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.