ବାଙ୍କିରେ ମୋ ଘର ଭାଜପା ଘର କାର୍ଯ୍ୟକ୍ରମ ଅନୁଷ୍ଠିତ
1 min read
ଆଓରି-ଭୁବନେଶ୍ଵର(୧୯/୦୨) : ମୋ ଘର ଭାଜପା ଘର କାର୍ଯ୍ୟକ୍ରମ ବାଙ୍କି ଡମପଡା ବ୍ଲକ ଢ଼ଶର ଗ୍ରାମରେ ବାଙ୍କି ବିଜେପିର ଯୁବ ନେତା ତୁଷାର କାନ୍ତ ଚକ୍ରବର୍ତ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗାଁ ଗାଁ ବୁଲି ଜନତାଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ବିଷୟରେ ଅବଗତି କରିଥିଲେ । ଏହାସହ ନରେନ୍ଦ୍ର ମୋଦିଙ୍କୁ ଆଗାମୀ ଦିନରେ ବିପୁଳ ଭାବେ ସମର୍ଥନ ସହ ବାଙ୍କିରେ ବିଜେପିକୁ ବିପୁଳ ଭୋଟରେ ବିଜୟୀ କରିବାକୁ ଲୋକମାନକୁ ବୁଝାଇଥିଲେ ।
ସେପଟେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା ମଧ୍ୟ କରିଥିଲେ । ପୂର୍ବତନ ବାଙ୍କୀ ଡମପଡା ଉପାଧ୍ୟକ୍ଷ ସରୋଜ ମର୍ତ୍ତଗଜସିଂହଙ୍କ ସହ ଶତାଧିକ କର୍ମୀ ଏହି ଅନୁଷ୍ଠାନରେ ଯୋଗ ଦେଇଥିଲେ । ଆଉ ଅଳ୍ପ କେଇଦିନ ରହିଲା ସାଧାରଣ ନିର୍ବାଚନ । ଯାହାକୁ ନେଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।