March 24, 2023

ମାସୁଦ ଆଜାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କଲା ଜାତିସଙ୍ଘ ସୁରକ୍ଷା ପରିଷଦ

1 min read

ଆଓରି-ନୂଆଦିଲ୍ଲୀ(୦୨/୦୫) : ଭାରତକୁ ବୁଧବାର ବଡ଼ ସଫଳତା ମିଳିଛି। ଦୀର୍ଘ ଦିନର ଦାବି ପରେ ଜାତିସଙ୍ଘ ପୁଲୱାମା ମାଷ୍ଟର ମାଇଣ୍ଡ ମାସୁଦ ଆଜାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିଛି। ଜାତିସଙ୍ଘ ସୁରକ୍ଷା ପରିଷଦ ଜୈସେ ମହମ୍ମଦର ମୁଖ୍ୟ ମାସୁଦ ଆଜାର ବିରୁଦ୍ଧରେ ଏଭଳି ପଦକ୍ଷେପ ଗ୍ରହଣ କରିଛି। ୨୦୧୯ ଫେବୃଆରୀରେ ଜୈସେ ମହମ୍ମଦ ଆତଙ୍କୀ ସଂଗଠନ ପୁଲୱାମାରେ ସେନା ଯବାନଙ୍କ ଉପରେ ଆକ୍ରମଣ କରିଥିଲା। ପୂର୍ବରୁ ମାସୁଦଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପାଇଁ ପ୍ରତିବନ୍ଧକ ସାଜିଥିବା ଚୀନ କିନ୍ତୁ ଏଥର ଭାରତର ଦାବିକୁ ସମର୍ଥନ ଜଣେଇଛି।

ବିଶ୍ୱର ବହୁ ବଡ଼ ବଡ଼ ଦେଶ ଏଥିରେ ସହମତି ପ୍ରକାଶ କରିଛନ୍ତି । ପୁର୍ବରୁ ଏହି ପ୍ରସ୍ତାବରେ ବାଧକ ସାଜିଥିବା ଚୀନ ମଧ୍ୟ ସହମତି ପ୍ରକାଶ କରିଛି । ତେବେ ଏନେଇ ୟୁଏନ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାଜଦୂତ ସାଏଦ୍‌ ଆକବାରୁଦ୍ଦିନ ଟ୍ୱିଟର ମାଧ୍ୟମର ସୂଚନା ଦେଇଛନ୍ତି । ପରେପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଭାରତର ଏହା ଏକ ବଡ଼ ବିଜୟ ବୋଲି କହିଛନ୍ତି । ଏହାସହ ନରେନ୍ଦ୍ର ମୋଦିଙ୍କ ସରକାରରେ କୌଣସି ଶତ୍ରୁ ଶାନ୍ତିରେ ରହି ପାରିବ ନାହିଁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

ଆନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସ୍ଥାନିତ ହେଲା ପୁଲୱାମା ଆକ୍ରମଣ ପଛରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହର । ତେବେ ମସୁଦ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା ପାଇଁ ଭାରତ କରୁଥିବା ପ୍ରୟାସ ବ୍ୟର୍ଥ ଯାଇନି । ଶେଷରେ ଭାରତକୁ ସଫଳତା ମିଳିଛି । ପାକିସ୍ତାନକୁ ଝଟ୍‌କା ଲାଗିଥିବା ବେଳେ ଭାରତକୁ କୁଟନୈତିକ ବିଜୟ ମିଳିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.