କଳାହାଣ୍ଡିରେ ଲାଲ୍ ବାହିନୀର ତାଣ୍ଡବ
1 min read
ଆଓରି-ଭୁବନେଶ୍ଵର(୧୫/୦୫) : ପୁଣି ଲାଲ୍ ବାହିନୀର ତାଣ୍ଡବ । କଳାହାଣ୍ଡି ଜିଲ୍ଲାରେ ରାସ୍ତାକାମକୁ ବିରୋଧ କରି ନକ୍ସଲଙ୍କ ବର୍ବର କାଣ୍ଡ । ରାସ୍ତା କାମରେ ନିୟୋଜିତ ଥିବା ୬ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ନକ୍ସଲ ବାହିନୀ । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ୧୦ରୁ ୧୫ ନକ୍ସଲ ଆସି ଗାଡ଼ି ଗୁଡ଼ିକୁ ପୋଡ଼ିଦେଇଥିବା ଜଣାପଡ଼ିଛି । ସେଥିରେ ୨ଟି ଜେସିବି ସମେତ ୪ ଟ୍ରାକ୍ଟର ରହିଛି । ଘଟଣାଟି ନୂଆମୁଣ୍ଡା ଗାଁ ମଦନପୁର-ରାମପୁର ଫାଣ୍ଡି ଅନ୍ତର୍ଗତ ଘଟିଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ମଧ୍ୟ ଲାଲ୍ ବାହିନୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଗତକାଲି କନ୍ଧମାଳରେ ମଧ୍ୟ ଲାଲ ବାହିନୀ ସକ୍ରିୟ ଥିଲା । ବାଲିଗୁଡା-କଣ୍ଟାମାଳ ମୁଖ୍ୟରାସ୍ତା ପରୁଭଟ୍ଟା ଘାଟିରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ଲାଲ୍ ବାହିନୀ । ପୋଷ୍ଟର ମାଧ୍ୟମରେ ମେ ୧୫ରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।