୪ ଦିନ ମାନୁଆଲ ହେବ ମୋ ବସ୍ ଟିକେଟ୍
1 min read
ଆଓରି-ଭୁବନେଶ୍ୱର(୧୨/୦୬): କ୍ଲାଉଡ୍ ସର୍ଭରରେ ରହିଥିବା ମୋ ବସ୍ ତଥ୍ୟ କ୍ରୁଟ୍ (କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ)ର ନିଜ ସର୍ଭରକୁ ସ୍ଥାନାନ୍ତର ହେବ। ଏଥିପାଇଁ ୪ ଦିନ ସମୟ ଲାଗିବ। ଏଥିପାଇଁ ମୋ ବସ୍ ଟିକେଟ୍ ଅନ୍ ଲାଇନ୍ ଉପଲବ୍ଧ ହେବ ନାହିଁ। ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ଟିକେଟ ମାନୁଆଲ କଟାଯିବ। ସେହିଭଳି ଯେଉଁମାନେ ଅଗ୍ରୀମ ଟିକେଟ୍ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ମଧ୍ୟ ଅନୁରୂପ ସୁବିଧା ଯୋଗାଇ ଦିଆଯିବ। ତେବେ ଏହି ତଥ୍ୟ ସ୍ଥାନାନ୍ତରରେ ମୋ ସାଇକେଲ୍ ବ୍ୟବସ୍ଥାରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯେଭଳି ଆପ୍ ଜରିଆରେ ଏହା ବୁକିଂ ହେଉଥିଲା ଅନୁରୂପ ଢ଼ଙ୍ଗରେ ଏହି ସୁବିଧା ଅନ୍ଲାଇନ୍ରେ ଉପଲବ୍ଧ ହେବ ବୋଲି କ୍ରୁଟ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ ଯେ, କ୍ରୁଟ୍ ଅଧୀନରେ ଥିବା ମୋ ବସ୍ ଯୋଜନାରେ ୨୦ଟି ରୁଟ୍ରେ ୧୯୫ଟି ବସ୍ ଚାଲୁଥିବା ବେଳେ ମୋ ସାଇକେଲ୍ ଯୋଜନାରେ ୨୮୦ଟି ଷ୍ଟେସନରେ ୧୭୪୦ ସାଇକେଲ ଚାଲିଛି।