April 20, 2024

ସଂପୂର୍ଣ୍ଣ ହେଲା ବାହୁଡା ଯାତ୍ରା ; ଶ୍ରୀମନ୍ଦିରକୁ ଫେରିଲେ ଚତୁର୍ଦ୍ଧାମୂରତି

1 min read

ଆଓରି-ଭୁବନେଶ୍ଵର(୧୨/୦୭) : ଜନ୍ମବେଦୀରୁ ଶ୍ରୀମନ୍ଦିର ବାହୁଡ଼ିଲେ ଶ୍ରଜିଉ । ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ । ଚଳିତ ବର୍ଷ ଉଭୟ ରଥଯାତ୍ରା ଏବଂ ବାହୁଡ଼ା ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସମ୍ପାଦନ ହୋଇଛି । ନଅ ଦିନ ଯାଏଁ ଜନ୍ମବେଦୀରେ ଲୀଳାଖେଳା କରି ଫେରିଆସିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ।

ପ୍ରଥମେ ସକାଳା ୯ଟା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଧାଡ଼ି ପହଣ୍ଡି ହୋଇଥିଲା । ଜଣକ ପରେ ଜଣ ଜନ୍ମବେଦୀରୁ ବାହାରି ପୁଣି ଥରେ ରଥ ଉପରେ ବୀଜେ କରିଥିଲେ । ଏହା ପରେ ମଧ୍ୟାହ୍ନ ୧୨ଟା ବେଳକୁ ଛେରା ପହଁରା ନୀତି ଖୁବ ଶୀଘ୍ର ସମାପନ ହୋଇଥିଲା ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବାଷିତ ଚନ୍ଦନ ଜଳରେ ରଥକୁ ମାର୍ଜଣା କରି ସୁବର୍ଣ୍ଣ ଖଡ଼ିକାରେ ତିନି ରଥରେ ଝାଡ଼ୁ ଦେଇଥିଲେ । ଏହା ପରେ ଚାରମାଳ ଫିଟା ଯାଇ ଘୋଡ଼ା ବନ୍ଧା ଯାଇଥିଲା । ଏହା ପରେ ପ୍ରାୟ ୧ଟା ୨୦ମିନିଟ୍‌ରେ ପ୍ରଥମେ ତାଳଧ୍ୱଜ ଟଣା ଯାଇଥିଲା । ପରେ ଦେବଦଳନ ଓ ନନ୍ଦିଘୋଷ ରଥ ମଧ୍ୟ ଟଣାଯାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.