ଧୋନିଙ୍କୁ ଅବସର ନ ନେବା ପାଇଁ ପରାମର୍ଶ ଦେଲେ କଣ୍ଠଶିଳ୍ପୀ ଲତା ମଙ୍ଗେଶକର
1 min read
ଆଓରି-ନୂଆଦିଲ୍ଲୀ(୧୧/୦୭) : ଭାରତର କ୍ୟାପ୍ଟେନ୍ କୁଲ୍ଙ୍କୁ ତ ସମସ୍ତେ ଜାଣନ୍ତି । ତେବେ କ୍ୟାପ୍ଟେନ୍ କୁଲ୍ଙ୍କୁ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନନେବା ପାଇଁ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି ଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେଷ୍କର । କାରଣ ଏହି ବିଶ୍ୱକପ୍ ପରେ ମହେନ୍ଦ୍ର ସିଂହ ଧୋନି ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଧୋନିଙ୍କ ପକ୍ଷରୁ ଏବେ ସୁଦ୍ଧା କୌଣସି ସ୍ପଷ୍ଟିକରଣ ମିଳିନାହିଁ । ତେବେ ଏହି ଚର୍ଚ୍ଚାକୁ ଦୃଷ୍ଟିରେ ରଖି ବିଶିଷ୍ଟ କଣ୍ଠଶିଳ୍ପୀ ଲତାମଙ୍ଗେଷ୍କର ଏଭଳି ଟ୍ୱିଟ୍ କରିଥିବା କୁହାଯାଉଛି ।