ଆସନ୍ତା ମେ ୯ରେ ଖୋଲିବ କେଦାରନାଥ ମନ୍ଦିର
1 min read
ଆଓରି-ନୂଆଦିଲ୍ଲୀ(୦୯/୩୦) : ସରିବ ଭକ୍ତଙ୍କ ଅପେକ୍ଷା । ଦୀର୍ଘଦିନ ଅପେକ୍ଷାର ହେବ ଅନ୍ତ । ଆଉ ପୁଣି ଥରେ ଆରମ୍ଭ ହେବ ଚାରିଧାମର ଯାତ୍ରା । ଆସନ୍ତା ମେ ୯ରେ ଖୋଲିବ କେଦାରନାଥ ମନ୍ଦିର । ତେବେ ମିଳିଥିବା ସୂଚନା ଅନୁସାରେ ଭୋଲାବାବାଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଆଉମାତ୍ର ମାସ ଅପେକ୍ଷା କରିବା ପାଇଁ ପଡିବ । ମିଳିଥିବା ସୂଚନା ଅନୁସାରେ ମନ୍ଦିର ଖୋଲିବା ନେଇ ରୁଦ୍ରପ୍ରୟାଗ ଜିଲ୍ଲାର ଓକ୍ଷୀ ମଠର ଓଁମାରେଶ୍ୱର ମନ୍ଦିର ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ତେବେ ଏହା ଘୋଷଣା ହେବା ସମୟରେ ପ୍ରତ୍ୟେକ ଥର ପରି ଚଳିତଥର ମଧ୍ୟ ପାରମ୍ପରିକ ଭାବରେ ମନ୍ତ୍ର ଉଚ୍ଚାରଣ ସହ ଶଙ୍ଖଧ୍ୱନିର ନାଦ କରାଯାଇଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେ ମାସ ୯ ତାରିଖରେ ପ୍ରାତଃ ୫ଟା ୩୦ ମିନିଟରେ ମନ୍ଦିରର ମୁଖ୍ୟ ଦ୍ୱାରା ଖୋଲାଯିବ ।
ଏହାପରେ ଭକ୍ତମାନେ ଭୋଲାବାବାଙ୍କ ଦର୍ଶନ କରିପାରିବେ । ପ୍ରତିବର୍ଷ ଶୀତଦିନ ଆରମ୍ଭ ହେବା ସମୟରେ କେଦାରନାଥ ମନ୍ଦିରକୁ ବନ୍ଦ ରଖାଯାଏ । କାରଣ ପ୍ରବଳ ଶୀତ ହେବା କାରଣରୁ ମନ୍ଦିରକୁ ପ୍ରାୟ ୬ମାସ ବନ୍ଦ ରଖାଯାଏ । ଯେହେତୁ ମନ୍ଦିର ୬ମାସ ବନ୍ଦ ରହଥାଏ । ତେଣୁ ଚାରିଧାମ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିବା ଭକ୍ତମାନେ ଏହି ସମୟରେ ମନ୍ଦିରରେ ପ୍ରବଳ ଭିଡ ଜମାଉଥିବାର ଦେଖାଯାଇଥାଏ । ତେବେ ଏହି ଘୋଷଣା ହେବାପରେ ଭକ୍ତମାନେ ଆନନ୍ଦିତ ହୋଇଛନ୍ତି ।