କମଲନାଥ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା
1 min read
ଆଓରି-ନୂଆଦିଲ୍ଲୀ(୦୭/୦୬):ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପୁଅ ତଥା ନବ ନିର୍ବାଚିତ ଲୋକସଭା ସାଂସଦ ନକୁଲ ନାଥଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି (ଗୁରୁବାର) ଦିନ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କମଲନାଥ ଓ ତାଙ୍କ ପୁଅ ସାକ୍ଷାତ କରିବାପରେ କଂଗ୍ରେସ ଦଳ ଭିତରେ ହଇଚଇ ସୃଷ୍ଟି ହୋଇଛି।
ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନିଜର ଟୁଇଟର୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ ସମୟର ଏକ ଫଟୋ ସେଆର୍ କରିଛନ୍ତି। ସେ ଲେଖିଛନ୍ତି,‘ଆଜି ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ କମଲନାଥଜୀ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜିଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କଲେ ଓ ରାଜ୍ୟର ବିକାଶ ତଥା ଯୋଜନା ସଂପର୍କରେ ଆଲୋଚନା କରିଲେ।’
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ଲୋକସଭା ନିର୍ବାଚନରେ ପରାଜୟ ପରେ ପ୍ରଥମଥର ଆୟୋଜିତ କଂଗ୍ରେସର କାର୍ଯ୍ୟସମିତିର ବୈଠକରେ ମଧ୍ୟ ସାମିଲ ହୋଇନଥିଲେ। କଂଗ୍ରେସ ଭିତରେ ଚର୍ଚ୍ଚା ହେଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରି ଗାନ୍ଧୀ ପରିବାରକୁ ଭିନ୍ନ ସଙ୍କେତ ଦେବାକୁ ଚାହୁଁଛନ୍ତି। କମଲ ନାଥ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।